ହିଞ୍ଜିଳିକାଟୁ ପୌରପରିଷଦ ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହ ମଳ ଉପଚାର କେନ୍ଦ୍ର ବୁଲି ଦେଖିଲେ ଦୁଇଜଣିଆ ବିଦେଶୀ ବିଦ୍ୟାର୍ଥୀ ଗବେଶକ…

ହିଞ୍ଜିଳିକାଟୁ ୧।୩: ହିଞ୍ଜିଳିକାଟୁ ପୌରପରିଷଦ ନୁଆଗଡ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳ ଉପଚାର କେନ୍ଦ୍ର କୁ ଦୁଇ ଜଣିଆ ବିଦେଶୀ ବିଦ୍ୟାର୍ଥୀ ଗବେଷକ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମରେ ଲଣ୍ଡନ କିଙ୍ଗସ କଲେଜ ର ଡେବିଡ ଥୋମାସ୍ ଓ ନେଦରଲ୍ୟାଣ୍ଠ ଅମଷ୍ଟରଡମ ବିଶ୍ଵବିଦ୍ୟାଳୟ ର ରୋମି ଭାନ ଡିପେନ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସି ବର୍ଜ୍ୟବସ୍ତୁ ପରିଚାଳନା, ମଳ ଉପଚାର କେନ୍ଦ୍ର ସର୍ଭେ କରିଛନ୍ତି ।ଦୁହେଁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସମସ୍ତ ବର୍ଜ୍ୟବସ୍ତୁ ପରିଚାଳନା ଓ ପଙ୍କ ଉପଚାର କେନ୍ଦ୍ର ଗୁଡ଼ିକ ଵୁଲି ତଥ୍ୟ ସଂଗ୍ରହ କରିଛନ୍ତି। ।


ଏହି ପରିଦର୍ଶନ ବେଳେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ପୌରପାଳିକା ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ହିଞ୍ଜିଳିକାଟୁ ପୌରପରିଷଦ କନିଷ୍ଠ ପରିମଳ ବିଶେଷଜ୍ଞ ସମିର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.