ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ଶିକ୍ଷକ ଆଲୋଚନା ଚକ୍ର…

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମହିଳା ଅଧ୍ୟୟନ ବିଭାଗ ଓ ଇତିହାସ ବିଭାଗ ସହିତ ଦିଲ୍ଲୀ ସ୍ଥିତ ଏକ ସାମାଜିକ ଅନୁଷ୍ଠାନ ଜର୍ଣ୍ଣାଲ୍ ଅଫ୍ ଏସିଆଟିକ୍ ସୋସାଇଟି ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ASSSR) ସହିତ ମିଳିତ ଆନୁକୂଲ୍ୟରେ ଏକ ତ୍ରିଦିବସୀୟ ଆନ୍ତର୍ଜାତିକ ଆଲୋଚନା ଚକ୍ର ତା: ୨୩-୨-୨୩ ରିଖରୁ ୨୫-୨-୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ “ବିଶ୍ୱ ପୁନଃତ୍ଥାପନରେ ମହିଳା ସଶକ୍ତିକରଣ-ଅତୀତ ଓ ବର୍ତ୍ତମାନ” ଉପରେ ତିନି ଦିନ ଧରି ଶୈକ୍ଷିକ ଆଧାରରେ ଆଲୋଚନା, ଚର୍ଚ୍ଚା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲା। ଉକ୍ତ ଆଲୋଚନା ଚକ୍ରଟି ପାଞ୍ଚଗୋଟି ଐକିକ ପ୍ଲେନାରୀ ସେସନ ଓ ପାଞ୍ଚ ଗୋଟି ସମାନ୍ତରାଳାତ୍ମକ ଲେଖା ଉପସ୍ଥାପନ ସେସନ ସହିତ ଉଦଘାଟନୀ ଏବଂ
ଉଦଯାପନୀ ସେସନ ହୋଇଥିଲା। ୨୩ ତାରିଖ ଉଦଘାଟନୀ ଉତ୍ସବରେ ବରିଷ୍ଠ ପରାମର୍ଶଦାତା ପ୍ରଫେସର ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳ ସଚିବ ଡକ୍ଟର ଅଭୟ କୁମାର ନାୟକ ସମ୍ମାନୀୟ ଅତିଥି ଭାବେ, ଅଷ୍ଟ୍ରେଲିଆ ସ୍ଥିତ ସ୍ପାର୍କ ଲାଇଟର ମୁଖ୍ୟ ଆଦିତ୍ୟ ବୈଶିଷ୍ଠ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରିଥିଲେ। ପ୍ରଫେସର ଜୟନ୍ତୀ ଦୋରା ,ମହିଳା ଶିକ୍ଷାବିଭାଗର ନିର୍ଦ୍ଦେଶିକା ଏବଂ ଇତିହାସ ବିଭାଗର ମୁଖ୍ୟ ଉକ୍ତ ଆଲୋଚନାଚକ୍ର ଉପରେ ଉପସ୍ଥାପନା ରଖିଥିଲେ।
ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସହକାରୀ ଅଧ୍ୟାପକ ଚାରୁ ଆର୍ୟା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୨୫ ତାରିଖରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମହିଳା ସଶକ୍ତିକରଣର ରୂପରେଖ ଉପରେ ଆଲୋକପାତ କରିଥିଲେ। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଦେଶ ଏବଂ ଦେଶ ବାହାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ସଂସ୍ଥାରୁ ବରିଷ୍ଠ ଶିକ୍ଷାବିତ୍ ,ଗବେଷକ, ଚିନ୍ତାନାୟକ, ପ୍ରଶାସକ ,ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ଉଦଘାଟନୀ ଓ
ଉଦ୍ ଯାପନୀ ଉତ୍ସବରେ ଅତିଥିମାନଙ୍କ ସହିତ ଜର୍ଣ୍ଣାଲ୍ ଅଫ୍ ଏସିଆଟିକ୍ ସୋସାଇଟି ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ASSSR) ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଶୁ ଜେ. ,ଉପାଧ୍ୟକ୍ଷ ଡ଼. ପ୍ରମୋଦ କୁମାର ରାୟ, ସହ ସଂଯୋଜକ ଲେବିଅନ ଅଲୁର ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ସହ ସଂଯୋଜକ ଡ଼. ନିତ୍ୟାନନ୍ଦ ବାରିକ, ଡ଼. ସ୍ନିଗ୍ଧାରାଣୀ ବେହେରା, ଡ଼. ଅଜିତ କୁମାର ସାହୁ ଓ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.