୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଡ଼ାକ୍ତର ଡି. ଉତ୍ତମ କୁମାରଙ୍କୁ କୋର୍ଟ ଚାଲାଣ…

ବ୍ରହ୍ମପୁର : ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଡ଼ାକ୍ତର ଡି. ଉତମ କୁମାରଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହି ବାସିନ୍ଦା କେ. ସତିଶ କୁମାର ସୁବୁଦ୍ଧି ଗତ ଅକ୍ଟୋବର ମାସ ୨୦୨୧ ମସିହାରେ ଏକ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ଠାରୁ ଡା. ଡ଼ି. ଉତମ କୁମାର ୨ କୋଟି ଟଙ୍କା ଠକି ନେଇଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଫେବୃୟାରୀ ୧୧ ତାରିଖରେ ଡ଼ି. ଉତମ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଧିକ ପଚରା ଉଚରା ପାଇଁ ଦୁଇ ଦିନିଆ ରିମାଣ୍ଡରେ ପାଇଁ କୋର୍ଟ ରେ ଆବେଦନ କରାଯାଇଥିଲା । ଆଜି ଦୁଇ ଦିନିଆ ରିମାଣ୍ଡି ଅବଧି ସରିବା ପରେ ସ୍ୱତନ୍ତ୍ର ଓପିଆଇଡ଼ି କୋର୍ଟରେ ହାଜର କରିବା ପରେ କୋର୍ଟ ଚାଲାଣ କରଯାଇଥିଲା । ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.