ବସଷ୍ଟାଣ୍ଡ ରେ ନାବାଳକଙ୍କ ଭିକ୍ଷାବୃତ୍ତି: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ବାସ୍ତବତା କୁ ନେଇ ପ୍ରଶ୍ନବାଚୀ…

ଧର୍ମକୁ ଆଖି ଠାର ନୀତିରେ ସରକାରୀ ଯୋଜନା…!


ହିଞ୍ଜିଳିକାଟୁ ୨୫।୨ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ। ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ, ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ମୂଳ ଲକ୍ଷ୍ୟ। ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। କେଉଁଠି ନାବାଳକ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି ତ ପୁଣି କେଉଁଠି ସେମାନଙ୍କୁ କାମରେ ଲଗାଯାଇଥାଏ। ଏହାକୁ ଦେଖିଲେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ଅଭିଯାନର ବାସ୍ତବତାକୁ ନେଇ ପ୍ରଶ୍ନବାଚୀ ଉଠିଥାଏ। ଏମିତି ଚିତ୍ର ଶନିବାର ଦେଖିବାକୁ ମିଳିଥିଲା ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ପରିଷରରେ । ଦୁଇଜଣ ନାବାଳକ ଜଣେ ମହିଳା ବସଷ୍ଟାଣ୍ଡ ପରିଷରରେ ବୁଲି ହାତରେଜରି ବ୍ୟାଗ ସହ ଥାଳି ଧରି ଭିକ ମାଗୁଥିଲେ। ବହି କଲମ ଯେ ଏମାନଙ୍କ ପାଇଁ ଅପହଞ୍ଚ ତାହା ଉଭୟଙ୍କୁ ଦେଖିଲେ ସ୍ପଷ୍ଟ ବାରି

ହୋଇପଡୁଥିଲା। ଏମାନଙ୍କୁ ଭିକ୍ଷାବୃତ୍ତିରେ ସାମିଲ କରିବା ପଛରେ ଏକ ର଼୍ୟାକେଟ ରହିଥିବା। ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେହିପରି କଅଁଳ ବୟସରେ ଭିକ୍ଷାବୃତ୍ତିକୁ ନେଇ ଶିକ୍ଷା ବିଭାଗକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ।
ଶନିବାର ବସଷ୍ଟାଣ୍ଡ ପରିଷରରେ ପରେ ସହର ଦୋକାନ ବଜାର ଵୁଲି ବୁଲି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଅନେକଙ୍କ ମଧ୍ୟରେ ପ୍ରାୟ ୫ ଜଣ ନାବାଳକ ବୁଲୁଥିବା ଜଣାପଡିଛି। ସେମାନଙ୍କ ବୟସ ୬ରୁ ୧୨ ବର୍ଷ ମଧ୍ୟରେ ହେବ। ରାସ୍ତାରେ ଯାଉଥିବା ଯାତ୍ରୀ ଓ ଦୋକାନ ଆଗରେ ଥାଳି ବଢାଇ ବାବୁ ପଇସା ଦିଅ ବୋଲି କହୁଥାନ୍ତି। ଅନେକ ଯାତ୍ରୀ ବି ସେମାନଙ୍କ ଥାଳିରେ ପଇସା ପକାଉଥାନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ଶନିବାର ସହର ମଧ୍ୟରେ ଏକାଧିକ ପିଲା ଭିକ ମାଗୁଥିବା ଦେଖିବାକୁ ମିଳିଥିଲା। କେତେଜଣ ଗଣମାଧ୍ୟମ ପ୍ରତିନିଧିପହଞ୍ଚି ସେମାନଙ୍କ ଭିକ୍ଷା ବୃତ୍ତି କରୁଥିବା ନେଇ ତଥ୍ୟ ସଂଗ୍ରହ କରିବାକୁ ଚାହିଁବାରୁ ଦୁହେଁ ପଳାଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ପ୍ରଦାନ ଲାଗି ସରକାର ଯେଉଁ ଯୋଜନା କରିଛନ୍ତି ତାହାର ବାସ୍ତବତା ଉପରେ ପ୍ରଶ୍ନ ଉଠେ। ଯେଉଁ ପିଲାମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ କାଉନ୍‌ସେଲିଂ କରାଯିବା କଥା। ୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ଓ ମାଗଣା ଖାଦ୍ୟ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.