ମାଲକାନଗିରି ସୀମାନ୍ତ ସୁକୁମା ଠାରେ ମାଓବାଦୀ ସୁରକ୍ଷାକର୍ମୀ ଗୁଳିବିନିମୟ ରେ ୩ଯବାନ ସହିଦ ୨ଗୁରୁତର…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଠାରେ ମାଓବାଦୀ – ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ମାଓବାଦୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ଖବର ମିଳିଥିବା ବେଳେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜଙ୍ଗଲକୁ ଘେରା ବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖୁଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ଶନିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ କୁନ୍ଦେର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବି ଅପରେସନ ଆରମ୍ଭ କରାଥିଲା । ଏହି ଅପରେସନ ସମୟରେ ମାଓବାଦୀ – ସୁରକ୍ଷାକର୍ମୀ ବେଳେ ମୁହାଁମୁହିଁ ହୋଇଥିଲା ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ମାଓବାଦୀଙ୍କ ଗୁଳିରେ ୩ ଡିଆରଡି ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଗୁଳିମାଡରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି ।ତେବେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଏଏସ୍‌ଆଇ ରଘୁରାମ ନାଗ ,ଆସିଷ୍ଟାଣ୍ଡ କନେଷ୍ଟବଳ କୁଞ୍ଜମ ଯୋଗା , ଭଞ୍ଜାମା ଭୀମା ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ ।

nis-ad
Leave A Reply

Your email address will not be published.