ପୋଲିସକୁ ଆକ୍ରମଣ କରି ଫେରାର ଗୋରୁ ମାଫିଆ…

ଆଠଗଡ଼ : ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଶାସନ ଛକ ନିକଟରେ ଘଟିଛି ଏପରି ଘଟଣା। ଭୂଜାଲି, ବନ୍ଧୁକ ଓ ରଡ ଦ୍ଵାରା ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ପନ୍ଦରରୁ ଅଧିକ ଚୋରା ଗୋରୁ ମାଫିଆଙ୍କ ମିଳିତ ଭାବେ ଆକ୍ରମଣ କରିଛନ୍ତି।

ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ଓ  si ସନ୍ତୋଷ କୁମାର ପ୍ରଧାନ ଗୁରୁତର ଅବସ୍ଥାରେ ତିଗିରିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ଓ SDPO ବିଜୟ କୁମାର ବିଶି ସହିତ ଏକ ପ୍ଲାଟୁନ୍ ଫୋର୍ସ ମାନଙ୍କର ତନାଘନା ଚାଲିଛି। ଆକ୍ରମଣ ପରେ ସମସ୍ତ ଆକ୍ରମଣ କାରି ଘଟଣା ସ୍ଥଳରୁ ଫେରାର ହୋଇଥିବା କୁହାଯାଉଛି।

nis-ad
Leave A Reply

Your email address will not be published.