ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି, ଜଣେ ମୃତ; ୯ ଜଣ ଗୁରୁତର

ବଲାଙ୍ଗିର ; ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଫଳରେ ଜଣେ ମୃତ ୯ ଜଣ ଗୁରୁତର । ୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ହେଲେ ବାଘଝରଣ ଗାଁର ରାଜ ବରିହା ।

ସୂଚନାମୁତାବକ ଖପ୍ରାଖୋଲ ବାଘଝରଣ ଗାଁରୁ ହିର୍ଲି ଗ୍ରାମକୁ ଯିବା ପାଇଁ ବାହାରିଥିଲେ ବରଯାତ୍ରୀ। ବରଙ୍କ ଗାଡ଼ିରେ ବସିବା ପୂର୍ବରୁ ଡ୍ରାଇଭର ଗାଡି ଚଳାଇ ଦେବାରୁ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା ଗାଡି । ଅନ୍ୟପଟର ଡ୍ରାଇଭରକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ଖପ୍ରାଖୋଲ ପୋଲିସ।

nis-ad
Leave A Reply

Your email address will not be published.