ଵ୍ରହ୍ମପୁର ଏସ୍ଏକ୍ସ ପବ୍ଳିକ ସ୍କୁଲ ନାମରେ ଶହ ଶହ ଛାତ୍ରାଛାତ୍ରୀଙ୍କ ଭବିଶ୍ୱତ ସହ ଖେଳିଥିବା ସ୍କୁଲ ମାଲିକ ତଥା ଅଭିଯୁକ୍ତ ସୁଶାନ୍ତ ସୁବୁଦ୍ଧୀଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି । ଜାଲ୍ ସାର୍ଟିଫିକେଟ୍ ବକାରବାର ମାମଲାରେ ଅଭିଯୁକ୍ତ ସୁଶାନ୍ତ ଦୀର୍ଘ ୪ ମାସ ହେବ ଫେରାର ରହିଥିଲେ । ଗତ କାଲି ପୁଲିସ ତାଙ୍କୁ ବୈଦ୍ୟନାଥପୁର ଥାନାରେ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚରୁ କାବୁ କରିଥିଲା । ଆଜି ପୁଲିସ ଅଭିଯୁକ୍ତ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ତାଙ୍କ ଜାମିନ ନାମଞ୍ଜୁର ହୋଥିବାରୁ ତାଙ୍କୁ କୋର୍ଟର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଛି । ସୂଚନାଯୋଗ୍ୟ ଯେ ଧର୍ମ ନଗର ପ୍ରଥମ ଗଳିରେ ଥିବା ଏସ୍ଏକ୍ସ ପବ୍ଳିକ ସ୍କୁଲରେ କିଛି ବର୍ଷ ହେବ ଅକେ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ଉକ୍ତ ସ୍କୁଲରେ ଛାତ୍ରଛାତ୍ରୀ ମାନେ ନାମ ଲେଖିବା ସମୟରେ ଓଡ଼ିଶା ବୋର୍ଡ଼ ସାର୍ଟିଫିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ପରେ କର୍ଣ୍ଣାଟକ ହୁଗୁଳି ବୋର୍ଡର ଦଶମ ସାର୍ଟିଫିକେଟ ଓ ଯୁକ୍ତ ଦୁଇ ବିଜ୍ଞାନର ଓଡିଶା ଷ୍ଟେଟ୍ ଓପେନ୍ ସ୍କୁଲିଂର ମାର୍କସିଟ ଦେଇଥିବା ଅଭିଯୋଗ ହୋଇଥିଲା । ଏଭଳି ଭାବରେ ସ୍କୁଲ ମାଲିକ ତଥା ଅଭିଯୁକ୍ତ ସୁଶାନ୍ତ ସୁବୁଦ୍ଧୀ ଆନେକ ଛାତ୍ରଛାତ୍ରୀ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏହା ସହ ଉକ୍ତ ସ୍କୁଲରେ ପାଠ ପଡ଼ିବା ନିମନ୍ତେ ବାଧ୍ୟ କରିଥିବା ସହ ଏକ ଧଳା କାଗଜରେ ଦସ୍ତଖତ କରାଇ ନେଇଥିବା ଅଭିଯୋଗ ହୋଇଥିଲା ।
ବ୍ରହ୍ମପୁର ଫାଷ୍ଟଗେଟ ଅଞ୍ଚଳର ଅନିତା ମହାନ୍ତି ତାଙ୍କ ପୁଅଙ୍କୁ ୨୦୧୯ ମସିହାରେ ଉକ୍ତ ସ୍କୁଲରେ ସିବିଏସ୍ଇ ପାଠ୍ୟକ୍ରମ ନିମନ୍ତେ ମାନଲେଖାଇ ଥିଲେ । ପୁଅଙ୍କ ଦଶମ ସରିବା ପରେ ଅନ୍ୟତ୍ର ମାନଲେଖାଇବା ପାଇଁ ଦଶମ ସାର୍ଟିଫିକେଟ୍ ମାଗିଥିଲେ । କିନ୍ତୁ ସ୍କୁଲ ମାଲିକ ତାଙ୍କୁ ସାର୍ଟିଫିକେଟ୍ ଦେଇ ନଥିବା ବେଳେ ଯୁକ୍ତ ଦୁଇରେ ନାମଲେଖା ନିମାନ୍ତ ବାଧ୍ୟ କରାଇଥିଲେ । ଶେଷରେ ସେ ବାଧ୍ୟ ହୋଇ ସେଠାରେ ଯୁକ୍ତ ଦୁଇ ବିଜ୍ଞାନରେ ତାଙ୍କ ପୁଅଙ୍କ ନାମଲେଖାଇ ଥିଲେ । ଯେତେବେଳେ ଅନିତାଙ୍କ ପୁଅଙ୍କ ଯୁକ୍ତ ଦୁଇ ସରିଲା, ସେତେ ବେଳେ ସେ ସ୍କୁଲ ମାଲିକଙ୍କୁ ସାର୍ଟିଫିକେଟ୍ ମାଗିଥିଲେ । ସହଯୋଗୀ ଲମ୍ବୋଧର ମହାନ୍ତି ୱାଟସପ୍ରେ କର୍ଣ୍ଣାଟକ ହୁଗୁଳି ବୋର୍ଡର ଦଶମ ସାର୍ଟିଫିକେଟ ଓ ଯୁକ୍ତ ଦୁଇ ବିଜ୍ଞାନର ଓଡିଶା ଷ୍ଟେଟ୍ ଓପେନ୍ ସ୍କୁଲିଂର ମାର୍କସିଟ ଦେଇଥିଲେ ।
ଉକ୍ତ ସାର୍ଟିଫିକେଟ୍ ଜାଲ୍ ବୋଲି ସେ ପରେ ଜାଣିବାକୁ ପାଇଥିଲେ । ଏ ନେଇ ଗତ ସେପ୍ଟେମ୍ବର ୨୨ ତାରିଖରେ ଅନିତାଙ୍କ ସମେତ ଅନ୍ୟ ୫ ଜଣ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ପୁଲିସ କସ ନଂ୨୬୭/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସୁବୁଦ୍ଧୀ ଫେରାର ରହିଥିଲେ । ଏହି ମାମଲାରେ ଦୀର୍ଘ ୫ ମାସ ପରେ ପୁଲିସ ଗତ କାଲି ଅଭିଯୁକ୍ତ ସୁଶାନ୍ତଙ୍କୁ କାବୁ କରିଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପକ୍ଷରେ ଏହି ଘଟଣାରେ ଅନ୍ୟତମ ସହଯୋଗୀ ଲମ୍ବୋଧର ମହାନ୍ତି କୋର୍ଟରେ ଆତ୍ମସମର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.