ମଲ୍ଲିକେଶ୍ବର ପାହାଡ଼ ନିକଟରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର…

ମାଲକାନଗିରି , ୨୨।୨ : ମାଲକାନଗିରି ସହର ଉପକଣ୍ଠରେ ଥିବା ମଲ୍ଲିକେଶ୍ବର ପାହାଡ଼ ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି ମାଲକାନଗିରି ପୋଲିସ । ଗତକାଲି କିଛି ଲୋକ ମଲିକେଶ୍ବର ପାହାଡ଼ ନିକଟରେ ଛେଳି ଚରାଉଥିବା ବେଳେ ନିକଟରେ ଦୁର୍ଗନ୍ଧ ହେଉଥିବାର ଅନୁଭବ କରିଥିଲେ । ପରେ ସେଠାକୁ ଯାଇ ଗୋଟେ ମୃତଦେହ ପଡିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ସେଠାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା ପୁଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଁଛି ମୃତଦେହ ଜବତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ । ଏହି ମୃତ ଦେହକୁ ଦେଖିଲେ ଅଳ୍ପ ଦିନ ତଳେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡୁଛି । ଏ ସମ୍ପର୍କରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ତଦନ୍ତି ଜାରି ରହିଛି ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋ କହିଛନ୍ତି ।

nis-ad
Leave A Reply

Your email address will not be published.