ବିପଦଜନକ ପିଚୁ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ..

ଜିଲ୍ଲା ରେ ଶିଶୁ ଶ୍ରମିକ ଆଇନ ଧର୍ମକୁ ଆଖିଠାର…!

ମାଲକାନଗିରି : ୨୨/୦୨ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ମଧ୍ୟରୁ ମହିଳାଙ୍କ ଅଧିକାର, ସଂମ୍ମାନ ଓ ଶିଶୁଙ୍କ ବିକାଶ ପାଇଁ ଉର୍ଦିଷ୍ଟ ଯୋଜନା ଗୁଡିକର ନିର୍ବାଚନି ସଭା ହେଉ କିମ୍ବା ବିଭିନ୍ନ ଯୋଜନା ପ୍ରଣୟନ ସମୟରେ ଅଗ୍ରାଅଧିକାର ଦେଉଥିବା ବେଳେ ତାହା ବାସ୍ତବ କ୍ଷେତ୍ରରେ ତାହାର ପାଳନ କରାଯାଉ ନାହିଁ l ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ଠାରୁ ପୋଲେରୁ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟରେ । ଏଠାରେ ରାସ୍ତାକାମରେ କାମରେ ନିୟୋଜିତ ହେଇଛନ୍ତି ଶିଶୁ ଶ୍ରମିକ l ରାସ୍ତା ନିର୍ମାଣରେ ମେଟାଲ ଚିପ୍ସ ସହ ଗରମ ପିଚୁ ଢ଼ଳେଇ କାର୍ଯ୍ୟ ହେଉଥିବା ବେଳେ ଏହି ଭଳି ବିପଦ ଜନକ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କ ନିୟୋଜନକୁ କେଉଁ ପ୍ରଶାସନିକ ଅଧିକାରୀ ପ୍ରଶ୍ରୟ ଦେଇଛନ୍ତି ତାହା ଆଲୋଚନାର ବିଷୟ ହେଇଛି l ହାତରେ ବହି ବସ୍ତାନି ଧରି ସ୍କୁଲକୁ ଯିବା ବଦଳରେ ମୁଣ୍ଡରେ ଠେକା ଭିଡି ହାତରେ ଝାଡୁ ଓ କୋଡି ଧରି କାର୍ଯ୍ୟ କରୁଛନ୍ତି ଶିଶୁ ଶ୍ରମିକ l ଉକ୍ତ ରାସ୍ତାଟି ମାଲକାନଗିରିରେ ହେବାକୁ ଥିବା ବଡ଼ ଯାତ୍ରା ନିମନ୍ତେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ କିଭଳି ଭାବେ ଠିକାଦାର ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି ଓ ଏହା କିଭଳି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉନାହିଁ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହି ଭଳି ଭାବେ ଜାରି ରହିଲେ ଆଗକୁ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ଅଭାବ ହେବା ସହ ଏହା ପରୋକ୍ଷରେ ଶିଶୁ ଶ୍ରମିକଙ୍କୁ ପ୍ରୋତ୍ସାହନ ଦେବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରଦାନ କରିଛି । ଯଥାଶୀଘ୍ର ଶିଶୁଶ୍ରମିକ କୁ କାମରୁ ବିରତୀଦେବା ସହ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

nis-ad
Leave A Reply

Your email address will not be published.