ସ୍ତ୍ରୀକୁ ଧାରୁଆ ଛୁରିରେ ବେକ କାଟିଲା ପରେ ନିଜେ ବେକକାଟି ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ…



କାଶୀପୁର : ନିଜ ସ୍ତ୍ରୀର ବେକକାଟି ହତ୍ୟାକଲା ପରେ ନିଜେ ଛୁରିରେ ବେକକାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଖଡିକାଯଡି ଗ୍ରାମରେ।୩ବର୍ଷ ପୂର୍ବେ ତୟାପୁଟ ଗ୍ରାମର ସମ୍ବଡ ମାଝୀ ଖଡିକାଯୋଡି ଗ୍ରାମର ସୁନିତା ମାଝୀଙ୍କୁ ବିବାହ କରିଥିଲେ ତାଙ୍କର ୨ବର୍ଷ ଏକ ଝିଅ ରହିଅଛି ।ଆଜି ଅପରାହ୍ନରେ କୈଣଷି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସୁନିତାଙ୍କୁ ଧାରୁଆ ଛୁରିରେ ବେକ କାଟି ହତ୍ୟା କରିବା ପରେ ନିଜ ଗାଁ ତୟାପୁଟ କୁ ଆସି ମାନସିକ ଭାରସାମ୍ଯ ହୋରାଇ ନିଜି ବେକ କାଟି ଆତ୍ମହତ୍ୟ ଉଦ୍ବାମ କରି ଛଟପଟ ହେଉଥିବା ସମୟରେ ସ୍ଥାନିୟ ଲୋକ ଉଧାରକରି ୧୦୮ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି।ଏପଟ ସ୍ତ୍ରୀ ର ପରିବାର ଲୋକ ଟିକିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି…

nis-ad
Leave A Reply

Your email address will not be published.