ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ…

ଭୁବନେଶ୍ୱର: ବିଧାନସଭାରେ ତିନି ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତିନି ସଦସ୍ୟ ହେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ, ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସ। ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଠିକ୍ ସେହି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଏହାକୁ ସମର୍ଥନ କରିଥିଲେ। ଏହାପରେ ଦିବଙ୍ଗତ ସଦସ୍ୟମାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବିଧାନସଭାକୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଥିଲେ। ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ବର୍ଜନ କରିଥିଲା। ଦୂର ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା କକ୍ଷପଥରେ ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ, ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଉଥିବାରୁ ଆମେ କକ୍ଷତ୍ୟାଗ କରିଛୁ।

ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ଠିକ୍ ସେହିପରି କଂଗ୍ରେସ ସଦସ୍ୟମାନେ ବି କକ୍ଷତ୍ୟାଗ କରିଥିଲେ।

nis-ad
Leave A Reply

Your email address will not be published.