ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ଥରେ ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟରରେ ଘଟି ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରୁ ଜବାନ ମାନେ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛନ୍ତି। ଏହି ଏନକାଉଣ୍ଟର ନାରାୟଣପୁର ଜିଲ୍ଲାର କାନକର ସଂଲଗ୍ନ ମହାରାଷ୍ଟ୍ର ସୀମାରେ ଘଟିଛି । ଏହି ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲ ତଥା ସେମାନଙ୍କ ବରିଷ୍ଠ ନେତାଙ୍କ ସମାବେଶ ହେବାର ଖବର ପାଇଥିଲେ ଯାହା ପରେ ନକ୍ସଲ ବିରୋଧୀ ଅପରେସନ୍ ଆରମ୍ଭ କରାଯାଇଥିଲା | ଏହି ଅପରେସନ ରେ ଡିଆରଜି, ଏସ୍ଟିଫ ଏବଂ ବିସିଏଫ କର୍ମଚାରୀଙ୍କ ଏକ ମିଳିତ ଭାବେ କରାଯାଥିଲା | ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ନକ୍ସଲମାନଙ୍କୁ ଘେରି ରହିବା ସହ ଏହି ଏନକାଉଣ୍ଟରରେ ମହାରାଷ୍ଟ୍ରର ସି୬୦ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ । ଖବର ଅନୁସାରେ ନକ୍ସଲମାନଙ୍କ ସହିତ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଘେରି ରହିବା ପାଇଁ ଏହି ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପାର୍ଶ୍ୱରୁ କ୍ରମାଗତ ଗୁଳି ବିନିମୟ ହୋଇଥିଲା ଏହି ୪ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଆଣିବାକୁ ପ୍ରସ୍ତୁତି ଚାଲିଛି।
Sign in
Sign in
Recover your password.
A password will be e-mailed to you.
Next Post