ଛାଡଖାଇରେ ସଂକ୍ରାନ୍ତି, ଖାଁ ଖାଁ ଆମିଷ ବଜାର

ଭୁବନେଶ୍ଵର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ଆଜି ଘରେ ଘରେ ଆମିଷ ହୋଇଥାନ୍ତା । କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା । କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା । ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର । ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା । ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ । ଆମିଷ ବଜାର ପୁରା ଖାଁ ଖାଁ । କାରଣ ଆଜି ଶନିବାର କୁ ସଂକ୍ରାନ୍ତି ଥିବାରୁ ଅଧିକାଂଶ ଲୋକେ ଆମିଷ ଖାଇବେ ନାହିଁ। ଏଥିପାଇଁ ଛାଡଖାଇ ହୋଇଥିଲେ ବି ଆମିଷ ବଜାରରେ ନାହିଁ ଭିଡ଼ ।

ତେବେ ଆସନ୍ତାକାଲି ରବିବାର ରହିଥିବାରୁ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି । ଆସନ୍ତାକାଲି ଭିଡ଼ ରହିବ। ଛାଡଖାଇ ପାଇଁ ରାଜଧାନୀ ବଜାରରେ ବିଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି ବାହାର ରାଜ୍ୟରୁ ଅଣାଯାଇଛି । ଏହାସହ ଖାସି ମାଂସ ସହ ଚିକେନ ଦୋକାନରେ ଗହଳି ରବିବାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।

ତେବେ ଶନିବାରେ ଯଦିଓ ବେଶୀ ଲୋକେ ଆମିଷକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ କିନ୍ତୁ ସଂକ୍ରାନ୍ତି ପଡୁଥିବାରୁ ଆମିଷ ପ୍ରତି ଲୋକ ଦୁରେଇ ରହିଛନ୍ତି । ଏକ ମାସ ଧରି ନିରାମିଷ ଖାଇବା ଖାଇ ଆସନ୍ତାକାଲି ମୁହଁରେ ଟିକେ ଆମିଷ ବାଜିବ ବୋଲି କହିଛନ୍ତି କିଛି ଲୋକେ । ଆସନ୍ତାକାଲି ବେପାର ଭଲ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ । ଖାଲି ଭୁବନେଶ୍ବର ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି । ଶନିବାର କୁ ସଂକ୍ରାନ୍ତି ପଡୁଥିବାରୁ ଛାଡଖାଇରେ ଆମିଷ ବଜାର ଖାଁ ଖାଁ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.