ଭୁବନେଶ୍ୱର: ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ,ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ସନ୍ଦେହ କଲେ । ଉଭୟଙ୍କ ନଁ ଦେଇ ଆରୋପ ଲଗାଇଲେ ଜୟନାରାୟଣ ମିଶ୍ର । ହତ୍ୟାର ୪ଦିନ ପୂର୍ବରୁ ୫ଟି ସଚିବ,ପ୍ରଣବ ପ୍ରକାଶ ଦାସ କଥା ହୋଇଥିଲେ । ଉଭ୍ରଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲା । ଉଭୟଙ୍କୁ ତଦନ୍ତ ପରିଷଦଭୁକ୍ତ କରାଯାଉ,କଲ ରେକର୍ଡ ଯାଞ୍ଚ ହେଉ ।
କିନ୍ତୁ ଏକଥା ଓଡିଶା କ୍ରାଇମବ୍ରାଞ୍ଚ କରିବ ନାହିଁ ବୋଲି ଜୟ ନାରାୟଣ ସ୍ପଷ୍ଟ କରିଛନ୍ତି । ଓଡିଶା ପୋଲିସର ସେ ସାହାସ ନାହିଁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଉନ୍ତି ଜୟନାରାୟଣ ମିଶ୍ର । ଓଡିଶା ପୋଲିସ ଏ ଘଟଣାକୁ ସମ୍ପୂର୍ଣ୍ଣ ଚାପି ଦେବାକୁ ବସିଛି ବୋଲି କହିଛନ୍ତି ଜୟନାରାୟଣ । ସେଥିପାଇଁ ଆମେ ଏ ଘଟଣାର ସିବିଆଇ ତଦନ୍ତ ଚାହୁଁଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।