ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ ଅବହେଳାରୁ ଗମନା ଗମନରେ ବାଧକ ବ୍ରହ୍ମଣିଗାଁ…

ଦାରିଙ୍ଗବାଡି, ୦୯/୦୨ ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ସୁବ୍ୟବସ୍ଥା କରିବାକୁ ଯାଇ ଅନ୍ତ ବ୍ଲକ ଅନ୍ତ ଜିଲା ରାସ୍ତା ସଂଯୋଗ କରିବା ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରି ଆସୁଛନ୍ତି। ହେଲେ ବିହାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ଆନ୍ତରିକତାର ଅଭାବରୁ କନ୍ଧମାଳ ଜିଲାର କିଛି ରାସ୍ତା ଗମନା ଗମନ ଉପଯୋଗୀ ହୋଇ ପାରିନାହିଁ। ମୁଖ୍ୟ କରି ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଅନ୍ତ ବ୍ଲକ ଓ ଅନ୍ତ ଜିଲା ରାସ୍ତାର ସଂଯୋଗୀ କରଣ କରିବା ଦାଇତ୍ୱ ରହିଛି। ହେଲେ ବିଭାଗୀୟ ଯନ୍ତ୍ରୀମାନଙ୍କ ଅବହେଳାରୁ ଗ୍ରାମାଞ୍ଚଳ ଜନ ସାଧାରଣଙ୍କ ଗମନା ଗମାନର ସୁଗମ ହୋଇ ପାରି ନାହୁଁ। ଦୀର୍ଘ ବର୍ଷ ହେବ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ କାଟିଙ୍ଗିଆ – (ସାଲିମାଗୋଛା) ବଡ଼ଗୋଛା ରାସ୍ତା ସଂଯୋଗ କରିବାନେଇଁ ଜିଲ୍ଲାପାଳ ସମେତ ଉଭୟ ଜିଲା କନ୍ଧମାଳ ଓ ଗଞ୍ଜାମ ରାଜନେତା ମାନଙ୍କୁ ଦାବି କରି ଆସୁଥିଲେ ସୁଧା ଗୁରୁତ୍ୱ ଦେଉନଥିବା ଅଞ୍ଚଳ ବାସୀ ପକ୍ଷରୁ ଦାବୀ ହେଉଛି। ପ୍ରକାଶ ଥାଉକି କାଟିଙ୍ଗିଆ ଠାରୁ ଗଞ୍ଜାମ ଜିଲା ଅଧିନସ୍ତ ସୋରଡ଼ା ବ୍ଲକର ସାଲିମାଗୋଛା ବା ବଡଗୋଛା ଗ୍ରାମର ଦୂରତା ଅତି ବେଶୀରେ ୫କିଲୋ ମିଟର।
ବଡ଼ଗୋଛା ଗ୍ରାମ ପଞ୍ଚାୟତ ଗଂଜାମ ଜିଲା ସୋରଡା ବ୍ଲକ ଅଧୀନରେ ରହିଥିବା ବେଳେ କନ୍ଧମାଳ ଜିଲା ସୀମାନ୍ତରେ ରହିଛି। ଏହି ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ବାସୀ ମାନେ ଉଚ୍ଚଶିକ୍ଷା, ବ୍ୟାଙ୍କ ସେବା, ଡାକ ଘର ସୁବିଧା ଓ ବଜାରିକରଣ ପାଇଁ ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି। ହେଲେ ଖାଲ ଖମାର ମାଟି ରାସ୍ତା ଥିବାରୁ ଚାରି ଚକିଆ ଯାନବାହାନ ଚଳା ଚଳ ଏହି ୫ କି’ମି ରାସ୍ତାରେ ଯାତାୟାତ କରୁ ନଥିବାରୁ ଅଞ୍ଚଳର ୮୦ ପ୍ରତିଶତ ଲୋକ ଗମନା ଗମନରେ ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ ପାଇଛି। କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଗ୍ରାମ ବାସୀ ଓ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ କୌଣସି ଜରୁରୀ କାମରେ ଦାରିଙ୍ଗବାଡି ଦେଇ ସୋରଡା ଗଲେ ୯୦ ରୁ ୧୧୦ କିମି ଦୂରତା ହେଉଥିବା ବେଳେ ଏହି ୫କିମି ରାସ୍ତା ନିର୍ମାଣ ହୋଇଥିଲେ କାଟିଙ୍ଗିଆ-ବଡ଼ଗୋଛା ରାସ୍ତା ଦେଇ ଗଲେ ୫୦ ରୁ ୭୦ କିମି ଦୂରତା ହେଉଥିବା ଜଣା ପଡ଼ିଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲାର ରାଜ ନେତା ମାନେ ଏହିରାସ୍ତାକୁ ପକା ରାସ୍ତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଏହିରାସ୍ତା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ନିର୍ବାଚନ ଶେଷ ପରେ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯିବ ବୋଲି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟ ରାଜ ନେତା ମାନେ କୁଆଡ଼େ ପ୍ରତିଶୃତି ଦେଇଥିଲେ।ହେଲେ ଏହାରି ଭିତରେ ୧୦ ବର୍ଷ ପୁରିବାକୁ ଯାଇ ୨୦୨୪ ସାଲରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି କିନ୍ତୁ ଏହି ରାସ୍ତା ଯଥା ପୂର୍ଵମ ତଥା ପରମ ସଦୃଶ୍ୟ ରାଜ ନେତାଙ୍କ ପ୍ରତିଶ୍ରୁତିରେ ହିଁ ଅଟକି ରହିଛି ବୋଲି ଅଞ୍ଚଳ ବାସୀ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ଜଣା ପଡ଼ିଛି। ଏଣୁ ଉଭୟ ଜିଲା ପ୍ରଶାସନ ଏହିରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦେଇ ଗମନା ଗମନର ସୁବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଦାବୀ କରୁଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.