ତଣ୍ଡିରୀ ଗାଁ କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ଗେଟ୍ ର ଶୁଭ ଉଦଘାଟନ କଲେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ…

ଫିରିଙ୍ଗିଆ– କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଣ୍ଡିରୀ ଗାଁ ରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ନୂତନ ଭାବେ ନିର୍ମାଣ କରାଯାଇଥିବା ଗେଟ୍ ର ଶୁଭ ଉଦଘାଟନ କରିଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ , ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏହି ଚାରା ଉଦ୍ୟାନ ବନ ବିଭାଗ ଦ୍ଵାରା ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ତାର ସୌଦର୍ଯ୍ୟ କରଣ ଓ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟ କ୍ରମ ହାତକୁ ନେଇ ବିଭିନ୍ନ କାମ ର ଆରମ୍ଭ କରିବା ସହ ନୂତନ ଭାବରେ ନିର୍ମାଣ ଧୀନ ଫାଟକ କୁ ଉଦଘାଟନ କରାଯାଇଛି l ଏହି ପରିଦର୍ଶନ ଓ ଉଦଘାଟନୀ କାର୍ଯ୍ୟ କ୍ରମରେ ଏସି ଏଫ୍ ମଳୟ ରଞ୍ଜନ କାଲୋ , ସତ୍ୟା ଲିଗ୍ , ବନ ପାଳ ସରୋଜ କୁମାର ମିଶ୍ର, ଓ ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବିଭାଗ ଓ ଅଞ୍ଚଳ ବାସି ଙ୍କ ତରଫରୁ ମୁଖ୍ୟ ରାସ୍ତା କଡ଼ରୁ ବନ ଖଣ୍ଡ ଅଧିକାରୀ ଓ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ପାଛୋଟି ନିଆ ଯାଇ ଥିଲା । ବର୍ତ୍ତମାନ ଏହି ଚାରା ଉଦ୍ୟାନ ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଚାରା ଗଚ୍ଛିତ ରହିଛି ବୋଲି ତଥ୍ୟ ମିଳିଛି

nis-ad
Leave A Reply

Your email address will not be published.