ବ୍ରହ୍ମପୁର : ସୁନା ଚୋରୀ ଅଭିଯୋଗ ରେ ଅଭିଯୁକ୍ତା ସନ୍ଧ୍ୟାରାଣୀ ବାଡ଼ତ୍ୟା କୁ ବୈଦ୍ୟନାଥପୁର ଥାନା ରିମାଣ୍ଡ ରେ ଆଣି ଗତ କାଲି ତାଙ୍କ ପାଖରୁ ନଗଦ 73,000 ଟଙ୍କା ଏବଂ ଗଣେଶ ମାର୍କେଟ ପାଖରେ ଥିବା ଗୌରୀଶଙ୍କର ଅର୍ନାମେଣ୍ଟ ରୁ କିଛି ଚୋରି ସୁନା ଉଦ୍ଧାର କରାଯାଇଥିଲା l ଅଭିଯୁକ୍ତା 5 ତୋଳା ସୁନା ଚୋରି କରି ସୁନା ଦୋକାନ କୁ ଦେଇଥିଲେ ଏବଂ ସେଠାରୁ କିଛି ନୁଆଁ ସୁନା କିଣି ମୁଥୁଡୁ ରେ ରଖି ନଗଦ 1,20000 ଟଙ୍କା ଉଠାଇଥିଲେ l ଏଠାରେ ତଦନ୍ତ ରେ କିଛି ରୋଚକ କଥା ଆସି ଯାଉଛି ଯାହାକି ବୈଦ୍ୟନାଥ ପୋଲିସ ର ତଦନ୍ତ ସନ୍ଦେହ ବଳୟକୁ ଟାଣି ହୋଇ ଯାଉଛି l ଏଠାରେ ସୂଚନା ଥାଉକି…
ପ୍ରଶ୍ନ ଏହା ଉଠୁଛି ଯେ , ଯଦି ଅଭିଯୁକ୍ତା କୁ କୋୖର୍ଟ ଚାଲାଣ କରି ଜେଲ କୁ ପଠାଯାଇଥିଲା ତେବେ ରିମାଣ୍ଡ ରେ ଆଣିବା ପରେ ତା ଠୁ 73000 କେମିତି ପାଇଲା ପୋଲିସ l ଯଦି ଟଙ୍କା ପାଇଲା ତେବେ ଅଭିଯୁକ୍ତା ଯାହାକୁ ଦେଇଥିଲେ ଟଙ୍କା ସେ କାହିଁକି ଗିରଫ ହେଲାନି l ପୁଣି ସେହି ଟଙ୍କା କୁ ମୁଥୁଡୁ କୁ ଦେଇ ଅଭିଯୁକ୍ତା ବନ୍ଧା ରଖିଥିବା ସୁନା କୁ ପୋଲିସ କାହିଁକି ଉଦ୍ଧାର କରିଲା l ଯଦି ଉଦ୍ଧାର କରିଲା ତେବେ ପଇସା କାହିଁକି ଦିଆଗଲା କୋୖର୍ଟ କୁ କାହିଁକି ଟଙ୍କା ଏବଂ ସୁନା ଦିଆଗଲା ନାହିଁ l ପୋଲିସ ଯେତେବେଳେ ଜାଣିଲା ପରେ ଚୋରି ସୁନା ରଖିଥିବା ସୁନା ଦୋକାନ କୁ କାହିଁକି ଗିରଫ କରାଗଲା ନାଇଁ l 5 ତୋଳା ସୁନା ନେଇଥିବା ସୁନା ଦୋକାନୀ ପୋଲିସ କୁ 37 ଗ୍ରାମ ସୁନା କାହିଁକି ଫେରସ୍ତ କରିଲା l ଆଉ ବାକି 13 ଗ୍ରାମ ସୁନା କୁଆଡେ ଗଲା, ତାହାକୁ ନେଇ ସନ୍ଦେହ ଉଙ୍କି ମାରୁଛି l ପୋଲିସ ସୁନା ଦୋକାନୀ କୁ ଗିରଫ କରିବା ବଦଳରେ କାହିଁକି ଚୁପ ରହିଛି l କଣ ରହିଛି କି ପୋଲିସ ର ସ୍ୱାର୍ଥ l ସୁନା ଦୋକାନୀ ପ୍ରତି ବୈଦ୍ୟନାଥ ପୁର ପୋଲିସ କେଉଁ ଭଳିଆ ସମ୍ପର୍କ ରହିଛି ତାହା ବର୍ତମାନ ବାଟରୁ ଯାଇ ହାଟରେ ଗଡ଼ିଲାଣି l ଚୋରୀ ସୁନାକୁ ଉକ୍ତ ସୁନାଦୋକାନୀ ରଖି ଯାହାକି ୫ ତୋଳା ରହି ଥିଲା କିନ୍ତୁ ସେ ୩ ତୋଳା ୭ ଗ୍ରାମ ଫେରାଇଛି ବାକି ସୁନା କୁ ନେଇ କିଛି ଡିଲ ହୋଇନି ତ…? ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ପୁଣି ସୁନା ଦୋକାନୀ କୁ ଗିରଫ କରିବା ପରିବର୍ତ୍ତେ ତାକୁ ଅତିଥି ସତ୍କାର କରି ଥାନାରୁ ଛାଡି ଦେବାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ତେଣୁ ଏହାକୁ ନେଇ ପୋଲିସ ଉଚ୍ଚ କତୃପକ୍ଷ ଧ୍ୟାନ ଦେବା ଦେବା ଉଚ୍ଚିତ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି