ସ୍ଵର୍ଗତ ନବ ଦାସଙ୍କୁ ରାଉରକେଲା ବିଜୁ ଜନତାଦଳର ଶ୍ରଦ୍ଧାଞ୍ଜଳି

ରାଉରକେଲା : ବିଜୁଜନତା ଦଳର ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଛେଣ୍ଡ ସାଂସ୍କୃତିକ ପରିଷଦଠାରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ ତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଅଛି । ନଗର ସଭାପତି ଗଗନ ପଣ୍ଡାଙ୍କ ସଂଯୋଜନାରେ ହୋଇଥିବା ଶୋକସଭାରେ, ପ୍ରଥମେ ଦୁଇମିନିଟ ସ୍ବର୍ଗତନବଦାସଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ
,ସ୍ବର୍ଗତ ନେତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରଯାଇଥିଲା ।ଅନ୍ୟତମ ଜିଲା ଉପସଭାପତି ତଥା ବାରିଷ୍ଟ ଆଇନିଜୀବୀ ସୁଦାମ ଦାଶ,ପୂର୍ବତନ ଜିଲା ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି,ପୂର୍ବତନ ପୌରଅଧକ୍ଷ୍ୟା ରଶ୍ମିବଳା ମିଶ୍ର,ଜୋନ ଆଇନିଜୀବୀ କାନଭେନର ସନ୍ତୋଷ ନାୟକ,ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ରାଉରକେଲା ମହିଳା ସଭାନେତ୍ରୀ ଜ୍ୟୋସ୍ନା ନାୟକ,ବାରିଷ୍ଟ ନେତା ସୁରେନ୍ଦ୍ର ରାଉତ,ପ୍ରମୁଖ ନିଜନିଜ ବକ୍ତବ୍ୟରେ,ସ୍ଵର୍ଗୀୟ ଦାସଙ୍କର ମନ୍ତ୍ରିତ୍ଵ ସମୟରେ ମହାମାରି କରୋଣା ସମୟରେ ଅତ୍ୟନ୍ତ ପ୍ରଶଂସନୀୟ କାର୍ଜ୍ୟକରୀ ସମଗ୍ର ଦେଶରେ ଓଡ଼ିଶାକୁ ପ୍ରଶଂସିତ କରିଛନ୍ତି,ଏହାସହିତ ପଶ୍ଚିମ ଓଡିଶାରେ ସେ ଜଣେ ସୁସଙ୍ଗଠକ ଭାବେ କାର୍ଜ୍ୟ କରି ଦଳକୁ ଅତ୍ୟନ୍ତ ମଜଭୁତ କରିଥିବା କହିଥିଲେ । ତାଙ୍କ ଅକାଳ ବିୟୋଗରେ ଦଳ ପାଇଁ ଅପୂରଣୀୟ କ୍ଷତି ହେଲା ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି,ପୀତବାସ କାଣ୍ଡି,ଶଶିକାନ୍ତ ନାୟକ,ରାଜକିଶୋର ମିଶ୍ର,ଉପେନ୍ଦ୍ର ପଢିଆରୀ,ଅକ୍ଷୟ ନାୟକ,ସରୋଜ ଦାସ,ପୂର୍ବତନ କଉନ୍ସିଲର ଜର୍ଜ ଆନନ୍ଦ, ତାପସ ରାଉତରାୟ,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ, ଦୁସମନ୍ତ ରାଉତରାୟ,ଯୁବ ସଭାପତି ସୁଶାନ୍ତ ରାଉତ,ଅକ୍ଷୟ ଜେନା,ସୁମନ ରାୟ, ପ୍ରକାଶ ଧଳ,ଶ୍ୟାମସୁନ୍ଦର ପଣ୍ଡା,ବିବେକ ଜେନା,ଓମ ପ୍ରକାଶ ସାହି,ଅନନ୍ତ ପାତ୍ର,ଅନିତା କିଶାନ,ମିନତୀ ଜେନା,ପ୍ରିୟଙ୍କା ପ୍ରଧାନ,ଜ୍ୟୋସ୍ନା ସ୍ଵାଇଁ,ତପସ୍ଵାନୀ ପରିଡା,ଗୁଡୁ ସୋନର,ସମସର ଅଲ୍ଲୀ,ଏମଡ଼ି ନାସିମ,ଏମଡ଼ି ଆଫ୍ରୋଜ ପ୍ରମୁଖ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.