ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ, ଦୁଇ ଜଣକୁ ଅଟକ ରଖିଛି ପୋଲିସ୍

ଗୁଣପୁର:  ଜମିଜମା ବିବାଦ କୁ ନେଇ ଗୁଣପୁର ଥାନା ଚିନାରିଗୁଡା ଗ୍ରାମ ରେ ପଣ୍ଡା ଶବର କୁ ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ପଣ୍ଡା ଶବର ର ପରିବାର ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି।ଗତକାଲି ପଣ୍ଡା ଶବର କୁ ମାରି ଗାଁ ନିକଟ ଚାଷ ଜମିରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଘଟଣା ସ୍ଥଳରେ ଗୁଣପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରିଛି।

ଦୁଇ ଜଣକୁ ପୋଲିସ୍ ଅଟକ ରଖି ପଚରା ଉଚୁରା କରୁଛି । ୨ ଏକର ଜମିକୁ ନେଇ ବିବାଦ ଶଳା ଓ ଜ୍ବାଇଁ ମଧ୍ୟରେ ଚାଲିଥିଲା। କିଛି ଦିନ ତଳେ ଭଣଜା କୁମୁଟି ଶବର କୁ ଜମି ବିବାଦ କୁ ନେଇ ହତ୍ୟା ଧମକ ଦେଇଥିଲେ। ଗତକାଲି ବାପା ପଣ୍ଡା ଶବର କୁ ହତ୍ୟାକରି ଫିଙ୍ଗିଦେଇଥିବା ଅଭିଯୋଗ ମୃତକ ର ପୁଅ। ଘଟଣା ସ୍ଥଳରେ ପୋଲିସ୍ ସାଇଣ୍ଟିଫିକ ଟିମ୍ ଓ ଡଗ୍ସ୍କ୍ବାଡ ର ସହୋଯୋଗ ଲୋଡିଛି ଗୁଣପୁର ପୋଲିସ୍।

nis-ad
Leave A Reply

Your email address will not be published.