ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ।

(ବୟସ୍କ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ଓ ସେବା ଦେବା ପାଇଁ ସଚ଼େତନତାର ବାର୍ତ୍ତା ରଖିଲେ – ଅଧ୍ୟକ୍ଷ)

ଆସିକା ତା ୩/୧୦: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବୟସ୍କ ବ୍ୟକ୍ତିଙ୍କ ଆସୁ ଆରୋଗ୍ୟ କାମନା କରିବା ସହ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା, ତତ୍ ସଙ୍ଗେ ସଙ୍ଗେ ଶପଥ ପାଠ କରାଯାଇଥିଲା। ଅଧ୍ୟକ୍ଷ ଡ. ଚୌଧୁରୀ ବୟସ୍କ ବ୍ୟକ୍ତିଙ୍କ ଦିଗ୍ଦର୍ଶନ ଏବଂ ପରାମର୍ଶକୁ ପାଥେୟ କରି ଚାଲିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଆଜି ଯୁବା ପୀଢ଼ୀ ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ନିଜର ଜନ୍ମଦାତା ବାପା-ମାଁଙ୍କୁ ଜୀବନର ମଝି ଦରିଆରେ ଛାଡ଼଼ି ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ତଥା ସାମାନ୍ୟ ଅର୍ଥର ପ୍ରଲୋଭନରେ ଆତ୍ସନ୍ନ ହୋଇ ନିଜର ପରିବାର ସହ ବିଦେଶ ଗମନ କରୁଛନ୍ତି। ଯଦ୍ବାରା ଆଜି ବୟସ୍କ ବ୍ୟକ୍ତିଙ୍କ ଯତ୍ନର ଘୋର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ଏହି ଦିବସକୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ କରାଯାଇଥିଲା। ପରିଶେଷରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ମିତାରାଣୀ ପଣ୍ତା, ଅଧ୍ୟାପକ ଡ. ଅଜିତ କୁମାର ମୁନୀ, ପବିତ୍ର ଧଙ୍ଗଡାମାଝୀ, ଆକାଶ ଦାଶ, ଲେବୋରାଟାରୀ ଶିକ୍ଷକ ମୁନା ଗୌଡ଼ ଏବଂ ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୟସ୍କ ବ୍ୟକ୍ତିଙ୍କୁ ସହଯୋଗ, ସେବା ଓ ଶୁସ୍ରୁଷା କରିବା ପାଇଁ ଶପଥପାଠ କରାଇଥିଲେ।

nis-ad
Leave A Reply

Your email address will not be published.