ଆଇଟିଡିଏର କାର୍ଯ୍ୟ ବକେୟା ଅର୍ଥ ନପାଇ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ କରି ବିଲ୍ ପାଇ ନଥିବାରୁ ଆଜି ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାର ମାନେ ଧାରଣା ଦେଇଛନ୍ତିା ଏହି ଧାରଣାକୁ ସମର୍ଥନ ଜଣାଇ ବିଜେଡି ନେତା ପ୍ରଦୀପ ମାଝି ମଧ୍ୟ ଯୋଗ ଦେଇ ଠିକାଦାରଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ମତ ରଖିଛନ୍ତି। ତେବେ ଧାରଣାରତ ଠିକାଦାରଙ୍କ କହିବା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ ପଡା ପଂଚାୟତ ସଦର ମହକୁମାରେ ଶିକ୍ଷା କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଆଇଟିଡିଏ ତରଫରୁ ଆଦେଶ ପାଇଥିଲୋ ଏହି କାର୍ଯ୍ୟକୁ ଠିକ୍ ସମୟରେ କାର୍ଯ୍ୟ ସମ୍ପାଦନ ହୋଇଥିଲେ ମଧ୍ୟ ମିସ୍ତ୍ରୀ, କୁଲି ଏବଂ ସାମଗ୍ରୀ ର ଅର୍ଥ ଟଙ୍କା ନିଜ ହାତରୁ ଦେଇଛନ୍ତିା କାର୍ଯ୍ୟ ସମ୍ପୂର୍ଣ ହେଲାପରେ କାର୍ଯ୍ୟର ବିଲ୍ ଆଇଟିଡିଏ କାର୍ଯ୍ୟାଳୟରେ ପୈଠ କରା ଯାଇ ଛଅମାସ ବିତି ଯାଇଥିଲେ ମଧ୍ୟ ଆମ ଟଙ୍କା ଆମକୁ ମିଳିନାହିାଁ ଏଥିପାଇଁ ଆମେ ବାରମ୍ବାର ଆପତି ଅଭିଯୋଗ କଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତିା ଦୁର୍ଗାପୂଜା ପୁର୍ୱରୁ ଯଦି ଆମର ଅର୍ଥ ପୈଠ ନ କରନ୍ତି ତେବେ ଆଗାମୀ ଦିନରେ ଆମରଣ ଅନସନ କରିବୁ ବୋଲି ଠିକାଦାର . ଉକ୍ତ ଅଭିଯୋଗ କରିଥିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏହି କାର୍ଯ୍ୟଳୟ ତରଫରୁ କୌଣସି ଆଦେଶନାମା ଦିଆଯାଇନାହିଁ , ସେହି କାର୍ଯ୍ୟ ନିର୍ବାହ ଦାଇତ୍ବରେ ଥିବା ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ସେଠ ଗତ ମାର୍ଚ ମାସରୁ ଏହି କାର୍ଯ୍ୟାଳୟରୁ ବଦଳି ହୋଇଥିଲେ ମଧ୍ୟ ସେହି କାର୍ଯ୍ୟ ସମ୍ପର୍କିତ କୌଣସି ଦସ୍ତାବିଜ ଗତ ୬ ମାସ ଧରି ଅଫିସରେ ପଇଠ କରିନଥିବାରୁ ଠିକାଦାର ମାନଙ୍କ ଅଭିଯୋଗର ସତ୍ୟତା ପରୀକ୍ଷା କରିବା ଓ ଦିଲ ପଇଠ କରିବା ସମ୍ଭବ ହୋଇପାରି ନାହିଁ। ଯେଉଁ ୧୫ ଜଣ ଏହି ଅଭିଯୋଗ କରିଛନ୍ତି, ସମସ୍ତଙ୍କୁ ଅନୁରୋଧ ଯେ ସେମାନେ କେତେ ମୂଲ୍ୟର କେଉଁ କେଉଁ କାର୍ଯ୍ୟ କରିଛନ୍ତି ତାହାର ଏକ ବିବରଣୀ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ପ୍ରଦାନ କରନ୍ତୁ, ଯାହାଦ୍ବାରା ଆପଣ ମାନଙ୍କର ବକେୟା ପଇଠି ସୁଗମ ହେବ।

nis-ad
Leave A Reply

Your email address will not be published.