ପୂର୍ବ ଏସପିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସହ ନୂତନ ଏସପିଙ୍କୁ ସ୍ୱାଗତ ଜଣାଇଲେ ବିଭାଗୀୟ କର୍ମଚାରୀ

ମାଲକାନଗିରି : ମାଲକାନଗିରିରେ କାର୍ଯ୍ୟରତ ଥିବା ଏସପି ନିତେଶ ୱାଧୱାନିଙ୍କ ରାଉରକେଲା ବଦଳି ପରେ ତାଙ୍କୁ ବିଭାଗ ପକ୍ଷରୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିଜ ଅଧିକାରୀଙ୍କୁ ଫୁଲ ବର୍ଷାରେ ବାଜା ବଜାଇ ଭାବ ବିହୋଳ ହୋଇ ବିଦାୟ ଦେଇଛନ୍ତି। ନିତେଶ ୱାଧୱାନି ଦିର୍ଘ ସମୟ ଧରି ମାଲକାନଗିରି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି। କଦାପି ବିବାଦରେ ନରହି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ ନିତେଶ ୱାଧୱାନି। ଯେଉଁଥି ପାଇଁ ତାଙ୍କର ବିଦାୟ ସମୟରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ସୃଷ୍ଟି ହୋଇଥିଲା ଭାବ ବିହ୍ଵଳ ପରିବେଶ। ମାଲକାନଗିରି ଛାଡିବା ସମୟରେ ଏସପିଙ୍କ ପରିବାର ଉପରେ ହୋଇଥିଲା ପୁଷ୍ପ ବର୍ଷା। ଲୋକେ ବାଜା ବଜାଇ ଫୁଲ ମାଳ ପିନ୍ଧାଇବା ସହ ପୁଷ୍ପ ଦେଇ ଏସପିଙ୍କ ବିଦାୟ ଦେଇଥିଲେ। ତେବେ ଶ୍ରୀ ୱାଧୱାନିଙ୍କ ବଦଳି ପରେ ନୂତନ ଏସପି ଭାବେ ଯୋଗ ଦେଇଛନ୍ତି ଭିନୋଦ ପାଟିଲ। ଶ୍ରୀ ପାଟିଲ ପୂର୍ବରୁ କେଶିଙ୍ଗା ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାଲକାନଗିରି ଏସପି ଭାବେ ବଦଳି କରଯାଇଥିଲା। ତେବେ ନୂତନ ଏସପି କାର୍ଯ୍ୟରେ ଯୋଗଦେଇଥିବା ବେଳେ ବିଭାଗ ପକ୍ଷରୁ ତାଙ୍କୁ ସ୍ଵଗତ କରାଯାଇଛି।

nis-ad
Leave A Reply

Your email address will not be published.