ଘର ଟିକସ ଵୃଦ୍ଧିକୁ ତୁରନ୍ତ ପ୍ରତିହାର କରିବା ପାଇଁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଦାବି…


ବ୍ରହ୍ମପୁର : ୨୦୧୯ ରେ ଭୁବନେଶ୍ୱର ମହାନଗର ନିଗମ ଘର ଟିକସ ବୃଦ୍ଧି କରି ଲୋକଙ୍କ ଠାରୁ ଦଶରୁ ପନ୍ଦର ଗୁଣ ବର୍ଦ୍ଧିତ ଘର ଟିକସ ଆଦାୟ କରିବା ପାଇଁ ନିଷ୍ପତି ନେଇଥିଲା। ଏହାକୁ ବିରୋଧ କରି ମିଳିତ ନାଗରିକ ସମାଜ ଭୁବନେଶ୍ୱର, ତରଫରୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର ହୋଇଥିଲା। ସେହି ସମୟରେ ଏହାକୁ ବିଚାର କରି ଅଦାଲତ ସାନି ନିର୍ଦ୍ଦେଶରେ ଏହାକୁ ସ୍ଥଗିତ ରଖିଥିଲେ ,ଗତକାଲି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବୃଦ୍ଧି କରାଯାଇଥିବା ଘର ଟିକସ ବୃଦ୍ଧିକୁ ମାନ୍ୟବର ଅଦାଲତ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି । ଏହି ପରିପେକ୍ଷିରେ ବ୍ରହ୍ମପୁରରେ ରାଜ୍ୟ ସରକାର ଓ ବ୍ରହ୍ମପୁର ମହାନଗର ନିଗମ ସମାନ ଧରଣରରେ ପ୍ରାୟ ଶତକଡା ଚାରି ଶହ ଭାଗ ଘର ପାନୁ ବୃଦ୍ଧି କରିବା ବିରୁଦ୍ଧରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବି ତଥା ଶ୍ରମିକ ନେତା ଶ୍ରୀ ପୀତବାସ ପଣ୍ଡା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଚାରି ବର୍ଷ ତଳେ ଏକ ରିଟ ପିଟିସନ ଫାଇଲ କରିଥିଲେ । ଏହାକୁ ବିଚାରକୁ ନେଇ ମାନ୍ୟବର ଅଦାଲତ ସାନି ରହିତାଦେଶ ମଧ୍ୟ ଜାରିକରିଥିଲ ,କିନ୍ତୁ ବ୍ରହ୍ମପୁର ମହାନଗର ନିଗମର ଅଧିକାରୀ ମାନେ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅଣଦେଖା କରି ଜୋର ଜୁଳୁମରେ ବର୍ଦ୍ଧିତ ଦରରେ ଘର ଟିକସ ଆଦାୟ କରୁଛନ୍ତି।ଏହା ବିରୁଦ୍ଧରେ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଶାସକ ଦଳର ନୀରବତା ଓ ଅଧିକାରୀ ମାନଙ୍କର ସ୍ବେଚ୍ଛାଚାରିତା ଭୟରେ ଅଧିକାଂଶ ଲୋକ ବର୍ଦ୍ଧିତ ଟିକସ ଭରିଛନ୍ତି ।
ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ବୃଦ୍ଧି କରିଥିବା ଘର ଟିକସକୁ ଅଦାଲତ ସମ୍ପୂର୍ଣ୍ଣ ଖାରଜ କରିବା ପରେ ବ୍ରହ୍ମପୁର ମହାନଗର ନିଗମର ଅଧିକାରୀ ତଥା ବ୍ରହ୍ମପୁର ବିଧାୟକ ଓ ସାଂସଦ ତୁରନ୍ତ ଏହି ଘଟଣାକୁ ନେଇ ମହାନଗର ନିଗମ କାଉନସିଲ ବୈଠକ ଡକାନ୍ତୁ ଓ ବର୍ଦ୍ଧିତ ଜନ ବିରୋଧୀ ଘର ଟିକସ ପ୍ରତ୍ୟାହାର କରନ୍ତୁ ଓ ଲୋକଙ୍କ ଠାରୁ ବର୍ଦ୍ଧିତ ଦର ରେ ଆଦାୟ କରାଯାଇଥିବା ଟଙ୍କାକୁ ତୁରନ୍ତ ଫେରସ୍ଥ କରନ୍ତୁ ବୋଲି ଆଇନଜୀବି ପୀତବାସ ପଣ୍ଡା ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.