ବଲାଙ୍ଗୀର : ପିପିଡା ଗାଁରେ ପିଲା ବିକ୍ରି ଅଭିଯୋଗ, ଜଣକୁ ଅଟକ ରଖିଲେ ଗ୍ରାମବାସୀ

ବଲାଙ୍ଗୀର : ରାତି ଅଧରେ ଗାଁରେ ଦେଖାଦେଇଛି ଉତ୍ତେଜନା । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ପିପିଡା ଗାଁରେ ଲକ୍ଷାଧିକ ଟଙ୍କାରେ ପିଲା ବିକ୍ରି ଅଭିଯୋଗ । ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ଚାରି ଜଣ ଯୁବକ ଲନୀନି ତାଣ୍ଡିଙ୍କ ଘରେ ଡିଲ କରୁଥିବା ବେଳେ ଗ୍ରାମବାସୀ ଚଢାଉ କରିଥିଲେ ।

ତିନିଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ଜଣକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ପୁଇଁତଳା ପୋଲିସ ଗାଁ କୁ ପହଂଚି ଅଟକ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା ଜାରି ରହିଛି । ହେଲେ କାହିଁକି କଣ ପାଇଁ ଚାରି ଜଣ ଯୁବକ ଆସିଥିଲେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

nis-ad
Leave A Reply

Your email address will not be published.