ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଅନୁଷ୍ଠିତ…

ଫୁଲବାଣୀ : ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ତା.୦୧. ୦୨.୨୦୨୩ ଠାରୁ ୧୫.୦୨.୨୦୨୩ ରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଜନ, କନ୍ଧମାଳ, ଫୁଲବାଣୀ ଦ୍ବାରା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ , ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥୁରେ ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ୍ କହିଲେ ଯେ,ଅଳ୍ପ ଜଳରେ କିପରି ଚାଷ କାର୍ଯ୍ୟ କରାଯାଇ ପାରିବ ଏବଂ ଲାଭବାନ ମଧ୍ୟ ହୋଇପାରିବ ତା’ ଉପରେ ଚାଷୀ ଭାଇ ଭଉଣୀମାନେ ପ୍ରଥମେ ସଚେତନ ହେବା ଆବଶ୍ୟକ । ସରକାରୀ ଅଧିକାରୀ ତଥା କର୍ମଚାରୀମାନେ ସେମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗର କନ୍ଧମାଳ ଜିଲ୍ଲା ନିମନ୍ତେ ନିଯୁକ୍ତ ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳ ପ୍ରଭାରୀ ମହେନ୍ଦ୍ର କୁମାର ଭୁୟାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ଯେଉଁଠି ଜଳ ସଙ୍କଟ ଦେଖାଯାଉଛି ସେଠାରେ ଲୋକମାନେ ଜଳ ବ୍ୟବହାର ଦିଗରେ ସଚେତନ ଅଛନ୍ତି । ତେବେ ଆମେ ଯଦି ଏବେଠୁ ସେ ଦିଗରେ ସଚେତନ ହୋଇଯିବା ତେବେ ଭବିଷ୍ୟତରେ ଜଳର ଅଭାବ ଦେଖାଯିବ ନାହିଁ। ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରଶାନ୍ତ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ ତ୍ରିପାଠୀ ସମାରୋହ ପ୍ରବକ୍ତା ଭାବରେ ଯୋଗଦେଇ ଜଳର ସଂରକ୍ଷଣ, ପୁନଃ ବ୍ୟବହାର, ଫସଲ ବିବିଧକରଣ ତଥା ଫସଲ ଘନତ୍ବ ବୃଦ୍ଧି ସହିତ ଜଳର ସୁପରିଚାଳନା ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଳ ପରିଚାଳନାରେ ସମାନତା ତଥା ସମୁଚିତ ଉପାୟ ଅବଲମ୍ବନ, ପାଣି ପଞ୍ଚାୟତରେ ମହିଳା ମାନଙ୍କ ଅଂଶ ଗ୍ରହଣ ତଥା ନେତୃତ୍ବକୁ ଅଧୂକ ଗୁରୁତ୍ୱ ପ୍ରଦାନ ସହିତ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ବିଭିନ୍ନ ଜଳ ଆବଣ୍ଟନ ଜନିତ ବିବାଦର ଆପୋଷ ସମାଧାନ ଦିଗରେ ଆଲୋଚନା କରିଥିଲେ।

ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉପ ଉଦ୍ୟାନ କୃଷି ନେର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ବିଭାଜନ, ଫୁଲବାଣୀ, ନିର୍ବାହୀ ଯନ୍ତ୍ରୀ, କନ୍ଧମାଳ ଜଳ ସେଚନ ବିଭାଜନ, ଫୁଲବାଣୀ,ଉପ ନିର୍ଦ୍ଦେଶକ, ଆତ୍ମା, କୃଷି ବିଭାଗ, ଫୁଲବାଣୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପାଣି ପଞ୍ଚାୟତ ସଫଳ କୃଷି, ସଶକ୍ତ କୃଷକ ଉପରେ ଆଲୋଚନା କରିଥିବା ବେଳେ କୃଷକ ପ୍ରତିନିଧି ମାନେ ମଧ୍ୟ ପାଣି ପଞ୍ଚାୟତ ଗଠନ ଫଳରେ ସେମାନେ କେତେ ସଫଳ ସେ ବିଷୟରେ ଆଲୋଚନା କରିଥିଲେ ।ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାରୁ ଜଣାପଡ଼ିଛି ଯେ, ୧୯୯୫ ରୁ ୨୦୦୨ ମସିହା ମଧ୍ୟରେ ଓଡ଼ିଶାର ବୃହତ୍, ମଧ୍ୟମ, କ୍ଷୁଦ୍ର ତଥା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକରେ ୩.୩୨ ହେକ୍ଟର ସେଚାଞ୍ଚଳରେ ପ୍ରାୟ ୭୦୦ ଜଳ ବ୍ୟବହାରକାରୀ ସଂଗଠନ ଗଠିତ ହୋଇଥିବାବେଳେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପ୍ରାୟ ୨୩.୪୬ ଲକ୍ଷ ହେକ୍ଟର ସେଚାଞ୍ଚଳରେ ୩୭ହଜାରରୁ ଅଧିକ ପାଣି ପଞ୍ଚାୟତ ଗଠିତ ହୋଇପାରିଛି । ଓଡ଼ିଶା ପାଣି ପଞ୍ଚାୟତ ଅଧୂନିୟମ ୨୦୦୨ ଏବଂ ୨୦୦୩ ମାଧ୍ୟମରେ ପାଣି ପଞ୍ଚାୟତ ଗୁଡ଼ିକୁ ଅଧିକରୁ ଅଧିକ କ୍ଷମତା ପ୍ରଦାନ କରାଯାଉଛି ।

ପାଣି ପଞ୍ଚାୟତ ପରିଚାଳନାରେ ମହିଳାମାନଙ୍କର ଅଧିକ ସଂଖ୍ୟାରେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ ଦିଗରେ ମୋ ସରକାରର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ପାଣି ପଞ୍ଚାୟତରେ ଅଧିକରୁ ଅଧିକ ମହିଳାମାନେ ଯୋଗଦେଇ କୃଷି ପାଇଁ ଜଳର ଆବଣ୍ଟନ ଭଳି ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ମହ ପୂର୍ବ ଯୋଗଦାନ କରିବେ, ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ନିଶ୍ଚିତ । ୨୦୨୧-୨୨ ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ସେଚାଞ୍ଚଳର ବିକାଶ ପାଇଁ ରାଜ୍ୟ ପାଣ୍ଠିରୁ ପ୍ରାୟ ୬୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଜଳବାୟୁ ଅନୁକୂଳ ଜଳସେଚନ ମାଧ୍ୟମରେ ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି କରାଯାଇ ଜଳର ବ୍ୟବହାର ପାଇଁ ଦୀର୍ଘମିଆଦୀ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହିଭଳି ଏକାଧିକ ଉଦ୍ୟମ ଜାତୀୟ ସ୍ତରରେ ଉତ୍କର୍ଷତା ହାସଲ କରିବା ସହିତ ଆମ ରାଜ୍ୟ ପୁରସ୍କୃତ ହୋଇଛି । ରାଜ୍ୟରେ ସହଭାଗୀ ଜଳସେଚନ ପରିଚାଳନାରେ ଅଗ୍ରଣୀ, କୃଷି କ୍ଷେତ୍ରର ପରିଦୃଶ୍ୟ ପ୍ରଗତି ତଥା ରାଜ୍ୟର ଅଗଣିତ କୃଷକ ଭାଇ ଭଉଣୀଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏ ଅବସରରେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ଗୁଡ଼ିକର ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନକନ୍ଧମାଳ, ଫୁଲବାଣୀ ଇଂ ସୁନିଲ କୁମାର ତ୍ରିପାଠୀ ବୈଠକକୁ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ, ଘୁ. ଉଦୟଗିରି ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.