ହିଞ୍ଜିଳିକାଟୁ ପୌରପରିଷଦ ଷଷ୍ଠ ସାଧାରଣ ବୈଠକ

ହିଞ୍ଜିଳିକାଟୁ ୮।୨ : ହିଞ୍ଜିଳିକାଟୁ ପୌରପାଳିକା ବୈଠକ ଗୃହରେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲର ମାନଙ୍କୁ ନେଇ ଷଷ୍ଠ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକା ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଉପସ୍ଥିତ ଥିଲେ । ପ୍ରଥମେ ଆର୍ଥିକ ବର୍ଷର ଆୟ ବ୍ୟୟର ମଞ୍ଜୁରୀ କରାଯାଇଥିଲା ।ମୁନିସିପାଲିଟି ର ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ଶେଷ କରିବା ଉପରେ ଆଲୋଚନା ହୋଇଥିଲା ।ହିଞ୍ଜିଳିକାଟୁ ପୌରପରିଷଦ ଖୁଚୁରା ପରିବା ବଜାର ରେ ଚାଷୀ ମାନଙ୍କ ଆଦାୟ ପରିବା ବିକ୍ରୟ କରିବା ପାଇଁ ସ୍ଥାନ ନିରୂପଣ କରିବା ପାଇଁ ଵିସ୍ତ୍ରୁତ ଆଲୋଚନା ହୋଇଥିଲା ।

ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ୱାର୍ଡ଼ ର ଉନ୍ନତିକରଣ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବାକୁ ଯଥାଶୀଘ୍ର ଟେଣ୍ଡର ଆହ୍ବାନ ଉପରେ ଗୁରୁତ୍ୱାରୋପ କରାଯାଇଛି ।ପୌରପରିଷଦ ର ଶେଷ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଥା ଅଙ୍ଗନୱାଡି କେନ୍ଦ୍ର,କଲ୍ୟାଣ ମଣ୍ଡପ ର ଲୋକାର୍ପଣ କରିବାକୁ କିଛି କାଉନସିଲର ମତ ପ୍ରକାଶ କରିଥିଲେ। ହିଞ୍ଜିଳିକାଟୁ ମୁନିସୀପାଲଟି ଅଞ୍ଚଳରେ ଥିବା ଶହଶହ ଏକର ସରକାରୀ ଜମି କିଣାବିକା ଚାଲିଛି। ଜଙ୍ଗଲଜମି, ମନ୍ଦିର ମଠଜମି, ଗୋଚର ଓ ଅନାବାଦି ପ୍ରଭୃତି ବିଭିନ୍ନ କିସମର ସରକାରୀ ଜମିକୁ ମାଫିଆମାନେ ନିଜ କବଜାକୁ ନେଇ ବିକ୍ରି କରିଚାଲିଛନ୍ତି। ସରକାରୀ ଜମିର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଓ ବିଭାଗକୁ ସରକାର ଦାୟିତ୍ବ ‌ଦେଇଥିବା ସତ୍ତ୍ବେ ତାହାର କୌଣସି ପ୍ରଭାବ ହିଞ୍ଜିଳିକାଟୁ ସହର ଓ ଆଖପାଖ ଅଞ୍ଚଳରେ ପଡୁ ନାହିଁ। କିଛି ଦିନ ହେଲାଣି ଏଭଳି କାରବାର ବ୍ୟାପକ ରୂପ ଧାରଣ କରିଥିବାରୁ ଆଜିର ଏହି କାଉନସିଲ ବୈଠକରେ ଏହାର ପ୍ରତିବାଦ କରିଛନ୍ତି କାଉନସିଲରଗଣ। ଏନେଇ କାଉନସିଲର ମାନେ ରେରା ର ନିୟମ କୁ ଖୋଲା ଖୋଲି ଉଲଙ୍ଘନ କରାଯାଉଥିବାରୁ କ୍ଷୋବ ପ୍ରକାଶ କରି ତୁରନ୍ତ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା କରିଥିଲେ। ଏନେଇ ରେରା ଓ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ୧୦ ନଂ ୱାର୍ଡ ସଭ୍ୟା ସୁପ୍ରଭା ମହାରଣା, ୧୨ ନଂ ୱାର୍ଡ ସଭ୍ୟା ରୁକ୍ମିଣୀ ବିଷୋଈ, ୧୬ ନଂ ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ୨୧ନଂ ୱାର୍ଡ଼ ସଭ୍ୟା ସୁଜତା ସ୍ବାଇଁ, ନିଜ ନିଜ ୱାର୍ଡ଼ ର ଉନ୍ନୟନମୁଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ବାବଦରେ ନିଜ ଦାବି ଉପସ୍ଥାପନ କରିଛନ୍ତି। ୱାର୍ଡ଼ ନଂ ୧୯ ସଭ୍ୟ ବସନ୍ତ କୁମାର ଵେହେରା ନିଜ ୱାର୍ଡ଼ ରେ ଥିବା ସରକାରୀ ଜମିକୁ ଜମିମାଫିଆ ଙ୍କ କବଳରୁ ମୁକ୍ତ କରି ଅଙ୍ଗନ ୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି।ପୌରପରିଷଦ ସମସ୍ତ ଓାର୍ଡରେ ସ୍ୱଚ୍ଚତା ଓ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଜଣାଇଛନ୍ତି ।ବୈଠକରେ ପୌରପାଳିକା ରସହକାରୀ ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ, ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର ଓ ସମସ୍ତ ପୌରକର୍ମଚାରୀ ଙ୍କ ସହ ୧୮ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.