ଶଙ୍କରାଖୋଲ ପଞ୍ଚାୟତଠାରେ ଗ୍ରାମସଭା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଶଙ୍କରା ଖୋଲ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ଯ ଅତିଥି ଭାବେ ଶଙ୍କରାଖୋଲ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଓ ସମିତି ସଭ୍ୟ କିରାପ ପ୍ରଧାନ ନାୟବ ସରପଞ୍ଚ ମହେଶ୍ବର କହଁର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୈତାରୀ ପ୍ରଧାନ ଓ ପଞ୍ଚାୟତର ସମସ୍ତ ୱାର୍ଡର ସଭ୍ୟ ସଭ୍ୟା ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଉପରୋକ୍ତ ଯୋଜନାରେ ୧୬ ଜଣ ହିତାଧିକାରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା ବଦଳରେ କୌଣସି କାରଣରୁ ନାକଚ ହୋଇଯାଇଥିଲା l

ଏଥି ସହିତ ୪ଜଣ ମୃତ ବ୍ୟକ୍ତିଙ୍କୁ ବାଦ ଦେବା ପରେ ଆଉ ୧୧ ଜଣ ହିତାଧିକାରୀଙ୍କୁ ନାକଚ ନକରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ଅନୁମୋଦନ କରାଗଲା ଗ୍ରାମ ସଭାରେ l ପରେ ବହୁ ବାଦ ବିବାଦ ପରେ ସମସ୍ତେ ପାଇବାକୁ ଦିଆଯାଉ ବୋଲି ଜିଦ ଧରିବା ପରେ ବାଧ୍ୟ ହୋଇ ଗ୍ରାମସଭାରେ ଗୃହିତ ହୋଇଥିଲା l ମୋଟ ୨୬୦ ହିତାଧିକାରୀଙ୍କୁ ଗୃହ ଦେବା ନିମନ୍ତେ ସ୍ଥିରିକୃତ କରାଗଲା l ଏହି ସଭାରେ ସାମ୍ବାଦିକ ମନୋଜ କୁମାର ଗୌଡ, ରମେଶ ଚନ୍ଦ୍ର ପ୍ରଧାନ ସରୋଜ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.