ଟିକାବାଲି ଏମସି ଏସ କଲ୍ଲେଜରେ ଆନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ଟୀକାବାଲି ଏ ଏମ୍ ସି ଏସ୍ ମହା ବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରଦନ ମଲ୍ଲିକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ ଯୋଗଦେଇ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ଵ ହିଁ ତାକୁ ସମାଜରେ ପ୍ରତିଷ୍ଠିତ କରିଥାଏ ବଲି ଅତି ସୁନ୍ଦର ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ବକୃତା ରେ ଅଭିଭାଷଣ ଦେଇଥିଲେ l ନେହେରୁ ଯୁବ କେନ୍ଦ୍ରର ୟୁଥ୍ ଅଫିସର ଶ୍ରୀଯୁକ୍ତ ନଭନୀତ୍ କୁମାର କାର୍ଯକ୍ରମର ଅଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ଏସ, ଡି, ସି ଉପାଧ୍ୟକ୍ଷ। ଶ୍ରୀମତୀ ନଳିନୀ କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲିକ , ଅଧ୍ୟାପକ ବନମାଳୀ ବେହେରା, ତାଲିମ୍ ଦାତା ମନୋଜ ପଟ୍ଟନାୟକ, ସତ୍ୟବାନ୍ ଦଳବେହେରା, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ଚମ୍ପା ସରେନ୍, ଅଧ୍ୟାପକ ବିରୁପାକ୍ଷ ମିଶ୍ର, ସନ୍ତୋଷ ରଥ, ଜ୍ଞାନରଞ୍ଜନ ଭୋଇ, ରତନ ଦିଗାଲ ମଞ୍ଚାସିନ ଥିଲେ । ତର୍କ ପ୍ରତିଯୋଗିତା ରେ ଅଦ୍ୟସା ପଟ୍ଟନାୟକ ପ୍ରଥମ, କୁଳମଣି କହଁର ଦ୍ଵିତୀୟ, ନିର୍ଝର। ଦିଗାଲ ତୃତୀୟ ସ୍ଥାନ ପାଇ ମାନ ପତ୍ର ସହ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଏହି ଅବସରରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫୁଲବାଣୀର ଫ୍ରେଣ୍ଡସ କ୍ଲବ୍ ନେହେରୁ ୟୁବ କେନ୍ଦ୍ରର ମିନି ଏବଂ ସୁଇଟି କହଁର ଟିକାବାଲି କଲ୍ଲେଜର ଆୟୁବ ଦିଗାଲ ଓ ସ୍ନେହାରାନି ପଟ୍ଟନାୟକ ଟ୍ରଫି ସହ ମାନପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଟିକୁ କଲ୍ଲେଜ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଛାତ୍ର ବିଶ୍ଵାଳ ନାୟକ, ଭଜମନ ବେହେରା, ଅଞ୍ଜଳି କହଁର, ଯୋତିର୍ମୟୀ ପ୍ରଧାନ ସହଯୋଗ କରିଥିବା ବେଳେ ଅଧ୍ୟାପକ ସୁରଜ୍ ସସମାଲ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.