ଶ୍ରୀକଲାରେ ବାଇକ୍ ଦୁର୍ଘଟଣା : ଜଣେ ମୃତ

ଫୁଲବାଣୀ : ସୂଚନା ଅନୁସାରେ ବାଲିଗୁଡା ଆଡୁ ବ୍ରହ୍ମପୁର ଯାଉଥିବା ବେଳେ ଶ୍ରୀକଲା ଘାଟିରେ ଓଡି ୦୭ ଏ ଡି ୦୬୯୩ ନମ୍ୱର୍ ବିଶିଷ୍ଟ ହୋଣ୍ଡା ୟୁନିକର୍ନ ଗାଡ଼ିରେ ଦୁଇଜଣ ଯାଉଥିବା ବେଳେ ଶ୍ରୀକଲା ଘାଟିରେ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଭାରସାମ୍ୟ ହରେଇ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ତେବେ ଘୁ ଉଦୟଗିରି ଓପିଟିସିଏଲ୍ ପକ୍ଷରୁ ବିଦ୍ୟୁତ୍ କାମ କରୁଥିବା ବେଳେ ରାସ୍ତାରେ କୌଣସି କାରଣରୁ ବିଦ୍ୟୁତ୍ ଖୁଣ୍ଟ ରଖିଥିଲେ ସେହି ସମୟରେ ଭାସ୍କର ପଟ୍ଟନାୟକ ୫୫ ବର୍ଷ,ଓ ମଣିକାଣ୍ଟା ରେଡ୍ଡୀ ୨୨ ଆସୁଥିଲେ । ବାଇକ୍ ବିଦ୍ୟୁତ୍ ଖୁଣ୍ଟର ଅଗ୍ରଭାଗରେ ଦୁଇ ବାଇକ୍ ଆରୋହୀ ରାସ୍ତାରେ ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟକୁ ଦେଖି ନ ପାରି ଦୁର୍ଘଟଣା ଶିକାର ହୋଇଥିଲେ ଫଳରେ ଭାସ୍କର ପଟ୍ଟନାୟକ ଘଟଣା ସ୍ଥଳରେ ଗୁରୁତ୍ୱର ରକ୍ତାକ୍ତ ହୋଇଥିଲା ।ତୁରନ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଯେଉଁମାନେ କାମ କରୁଥିଲେ ସେମାନେ ନିଜ ଗାଡ଼ିରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ସେଠାରେ ଡାକ୍ତର ଭାସ୍କର ପଟ୍ଟନାୟକଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ହେତୁ ଚିକିତ୍ସିତ ହେଉଥିବା ସୂଚନା ରହିଛି ।

ଏଠାରେ ପ୍ରଶ୍ନ ଉଠେ ବିଦ୍ୟୁତ୍ କର୍ମଚାରୀ କିପରି କାହାକୁ ମଧ୍ୟ ଗାଇଡ ପାଇ ନ ରଖି ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟ ରଖିଥିଲେ? ବିଦ୍ୟୁତ୍ ଖୁଣ୍ଟ ନେବା ସମୟରେ କାହିକି ଉଭୟ ପାର୍ଶ୍ଵରେ ଶ୍ରମିକ ମାନେ ଜଡ଼ିଲେ ନାହିଁ,ଯେହେତୁ ଦୁର୍ଘଟଣା ଘଟି ଥିବା ସ୍ଥାନରୁ ୨୦୦ ମିଟର ଦୂରରେ ରହିଛି ତେବେ ଗାଡି ଉଠିବା ବେଳେ ଓ ଗଡିବା ବେଳେ ଗାଡି ସ୍ପିଡ ହେବା ସ୍ବାଭାବିକ ତେବେ କାହିକି ଉକ୍ତ ବିଭାଗ ସାବଧାନତା ଅବଲମ୍ବନ କଲେ ନାହି ? ମୃତ ବ୍ୟକ୍ତିଙ୍କ ନିମନ୍ତେ କିଏ ଦାୟୀ ? ବର୍ତମାନ ସୁଦ୍ଧା କେ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ନ ଥିବା ବେଳେ ମୃତକଙ୍କ ପରିବାରକୁ ଖବର ଦିଆଯାଇଛି । ମୃତକ ଜଣକ ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର ହେଇଥିବା ଜଣାପଡିଛି ତେବେ ପରିବାର ଲୋକ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ବେଳେ ଶବକୁ ସ୍ଥାନୀୟ ମେଡ଼ିକାଲ ରେ ରଖିଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.