ଉଦଯାପିତ ହେଲା କ୍ରାଣ୍ଡିବାଲିର ପ୍ରସିଦ୍ଧ ତ୍ରିନାଥ ଠାକୁର ଯାତ୍ରା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କ୍ରାଣ୍ଡିବାଲି ଠାରେ ତିନି ଦିନ ଧରି ଚାଲିଥିବା ପ୍ରସିଦ୍ଧ ତ୍ରିନାଥ ଠାକୁର ଯାତ୍ରା ଉଦଯାପିତ ହୋଇ ଯାଇଛି | ଦୀର୍ଘ 44 ବର୍ଷ ଧରି ବହୁ ଧୁମ ଧାମ ରେ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇ ଥିବା ବେଲେ ଏହି ଯାତ୍ରା ଜିଲ୍ଲାର ଏକ ମାତ୍ର ତ୍ରିନାଥ ଠାକୁର ଯାତ୍ରା ହୋଇ ଥିବାରୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା I ଅନ୍ୟପଟେ ପୂଜା କମିଟି ର ସଭାପତି ରବୀନ୍ଦ୍ର କହଁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ପ୍ରତିନିଧି ତଥା କନ୍ଧମାଳ ଜିଲ୍ଲା ଯୁବ ଜନତା ଦଳ ସଭାପତି ବିଷ୍ନୁଚରଣ ମାଲିକ, ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁର, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ସୁନୀଲ କୁମାର ସେଠି, ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଡିଗାଲ, କ୍ରାଣ୍ଡି ବାଲି ସରପଞ୍ଚ ଲଷ୍ମୀ କହଁର, ନାଏବ ସରପଞ୍ଚ ଦାମୋଦର କହଁର, ଜିଲ୍ଲା ବିଜେଡି ଉପସଭାପତି ପାର୍ଥ ସାରଥୀ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ କୁ ପୂଜା କମିଟି ସଭାପତି ଙ୍କ ସହ କମିଟି ର ଉପସଭାପତି ଧରିତ୍ରୀ କହଁର, ସମ୍ପାଦକ ସୁଶାନ୍ତ କୁମାର ଡିଗାଲ, ସହ ସମ୍ପାଦକ ସୁଧୀର କୁମାର ଡିଗାଲ, କୋଷାଧକ୍ଷ ବିମଲ ଚନ୍ଦ୍ର ସାହୁ, ପରିଚାଳକ ନିରଞ୍ଜନ ଡିଗାଲ, ସହ ପରିଚାଳକ ମାନସ ରଞ୍ଜନ ସାହୁ, ମ୍ୟାନେଜର ଅଜୟ କୁମାର ସାହୁ ଙ୍କ ସହ ସମସ୍ତ କର୍ମ କର୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ମିଳିମିଶି ପରିଚାଳନା କରିଥିଲେ |ଉଦଯାପନୀ ଉତ୍ସବ ରେ ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁ ର ରାମାୟଣ ନାଟକ ପରିବେଷଣ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କ୍ରାଣ୍ଡିବାଲି ଗାଁ ରେ ଥିବା ବାପୁଜୀ ଯୁବକ ସଙ୍ଘ ର ସଭାପତି ସୁରଥ କହଁର ଓ ସମ୍ପାଦକ ଶାନ୍ତନୁ କହଁର ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ବିଶେଷ କରି ଗାଁ ର ମହିଳା ସ୍ବେଛାସେବୀ ମାନେ ଏହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ଅନ୍ୟପଟେ ତିନି ଦିନ ଧରି ଏହି ଯାତ୍ରା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ସୃଷ୍ଟି କୁ ଆଖିଆଗରେ ରଖି ଗୋଛାପଡା ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ତା କରାଯାଇଥିଲା | ଯାତ୍ରା ଟି ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିବାରୁ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କୁ କମିଟି ତରଫରୁ ସମ୍ମାନିତ କରାଯାଇଥିଲା | ଉଦଯାପନୀ ଉତ୍ସବର ସଭାକାର୍ଯ୍ୟ କୁ ଫିରିଙ୍ଗିଆ ଅଂଚଳର ଜଣାଶୁଣା ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ସଭା ଶେଷରେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.