ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଷ୍ଟ୍ରିଟ ଫୁଡ୍ ଦୋକାନ ଉପରେ ଚଢାଉ…

ବ୍ରହ୍ମପୁର : ନିଗମ କମିଶନରଙ୍କ ନେତୃତ୍ୱରେ ବିଏମସି ସ୍ବାସ୍ଥ୍ୟ ବିଭାଗ, ପରିମଳ, ଯୋଗାଣ ବିଭାଗ କୁ ନେଇ ଚଢାଉ କରାଯାଇଛି | ସହରର ସିଟି ହାଇସ୍କୁଲ, ରାମ ଲିଙ୍ଗେଶ୍ୱର ପାର୍କ ରୋଡ଼, ଗାନ୍ଧୀ ନଗର ରୋଡ଼, ଖଲ୍ଲିକୋଟ କଲେଜ ରୋଡ଼ ରେ ଚଢାଉ ହୋଇଛି | ବିଭିନ୍ନ ଖାଦ୍ୟର ଗୁଣାବତ୍ତା, ମାନ ଯାଞ୍ଚ ସହ ପଲିଥିନ, ଡମେଷ୍ଟିକ୍ ଗ୍ୟାସ ଯାଞ୍ଚ କରାଯାଇଛି | ପାର୍କିଙ୍ଗ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଅନୁଧ୍ୟାନ କରି ନିୟମ ଖିଲାପକାରୀ ଙ୍କୁ ତାଗିତ ସହ ଜରିମାନା ଆଦାୟ କରାଯାଇଛି | ନିଗମ କମିଶନର ଜେ. ସୋନାଲ ଙ୍କ ଉପସ୍ଥିତିରେ ଚଢାଉ ହୋଇଥିଲା |

nis-ad
Leave A Reply

Your email address will not be published.