କନ୍ଧମାଳର ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବୃକ୍ଷକୁ ଭଲପାଉଥିବା ଓ ପରିବେଶ ସୁରକ୍ଷା କୁ ଅଗ୍ରାଧିକାର ଦେଉଥିବା ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଡ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବ ରେ ମୁଖ୍ୟ ଅତିଥି ସୌମ୍ୟ ରଞନ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଅରୁପ ପଟ୍ଟନାୟକ ଅନ୍ୟତମ ଅତିଥି ରୋଟାରୀ ଗଭର୍ଣ୍ଣର ଯୋଗେନ୍ଦ୍ର ମହାପାତ୍ର ପ୍ରମୁଖ ଅଶୋକ ପରିଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମାଜ ସେବା କ୍ଷେତ୍ରରେ ଦୀର୍ଘ ୩୭ବର୍ଷ ଧରି କାମ କରି ଆସୁଥିବା ବେଳେ ବିନା ସରକାରୀ ଅନୁଦାନରେ ଗୋଷ୍ଠୀ ସହଭାଗୀତାରେ ଗତ ପନ୍ଦର ବର୍ଷ ଧରି ସମାଜ ଅବହେଳିତ ଓ ସମସ୍ୟା ଭିତିକ କାର୍ଯ୍ୟ କରି ଆସୁଥିବାରୁ ଭୂୟସୀ ପ୍ରଶଂସା କରିଥିଲେ।ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର, ଜିଲା ପ୍ରଶାସନ ପକ୍ଷରୁ ଉଦ୍ଭିଦ ମିତ୍ର,ଓ ପରିମଳ ପାଇଁ ଫୁଲବାଣୀ ପୌର ପରିଷଦ ପକ୍ଷରୁ ପୂର୍ବରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛନ୍ତି।ବିଭିନ୍ନ ସଂଗଠନ ସହଭାଗୀତାରେ ଜିଲ୍ଲାରେ ଜନସାଧାରଣ ଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ ପାଇଁ ସରକାର ଓ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ଦିନକୁ ଦିନ କମି ଆସୁଥିବା ରୁ ଆସନ୍ତୁ ସମସ୍ତେ ଗୋଷ୍ଠୀ ସହଭାଗୀତାରେ ଜନସଚେତନତା ସୃଷ୍ଟି କରି ନିଜ ଜୀବନରେ ପ୍ରତିବର୍ଷ ଗୋଟିଏ ବଞ୍ଚାଇବାକୁ ପ୍ରୟାସ କରିବା ବୋଲି ସୂଚନା ଦେଇଛନ୍ତି। ପରିବେଶ ସୁରକ୍ଷା ବୃକ୍ଷରୋପଣକରି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପରିଡା କହିଛନ୍ତି।

nis-ad
Leave A Reply

Your email address will not be published.