ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଲେ.. ” ବନିତା “


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେରେଡିର ବନିତା ଦିଗାଲ ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବନିତାଙ୍କ କହିବା ଅନୁଯାୟୀ ଆଜକୁ ଦୁଇ ବର୍ଷ ତଳେ ଧାର ଆକାରରେ ୩୦,୦୦୦/- ନେଇଥିଲେ l ତାଙ୍କର ଅସୁବିଧାର କାରଣ ଦର୍ଶାଇ ଠକୁଥିଲେ ଏବଂ ଧରାଛୁଆଁ ଦେଉ ନଥିଲେ l ବଳରାମ ଦିଗାଲ ଗତ ୨୨-୧-୨୩ ରେ ସନ୍ଧ୍ୟାରେ ମୋର ପୁଅ ସୋମ୍ୟ ରଞ୍ଜନ ଦିଗାଲ ଏବଂ ପୁତୁରା ପ୍ରବିଣ ଦିଗାଲ ବଲରାମ ଦିଗାଲ ଘରକୁ ଯାଇ ଧାର ନେଇଥିବା ଟଙ୍କା ମାଗିବାରୁ ବଲରାମଙ୍କ ସ୍ତ୍ରୀ ଘରୁ ବାହାରି ଆସି ମୋ ସ୍ୱାମୀ ଙ୍କୁ କାହିଁକି ଡାକୁଛ କହିଥିଲେ l ବଳରାମ ଘରୁ ବାହାରି ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ମୋ ପୁଅ ଆଉ ପୁତୁରା ଭାଇ ବାକି ଟଙ୍କା ଟା ଦେଇ ଦୋଉ ନାହାନ୍ତି କାହିଁକି? କହିବାରୁ ବଳରାମ ଘର ଭିତରକୁ ଯାଇ ଲୁହା ରଡ଼ ଧରି ଆସି ମାରିବାକୁ ଚେଷ୍ଟା କରିବାରୁ ଆମେ ଜୀବନ ବିକଳରେ ସେଠାରୁ ପଳାଇ ଆସିଲୁ l ଆସିବା ସମୟରେ ଆମକୁ ନମାରି ପାରିବାରୁ ମୋ ପୁଅ ଓ ପୁତୁରା ନାମରେ ତା ସ୍ତ୍ରୀକୁ ଦୁଷ୍କର୍ମ କରିଥିବା କେସ ଦେଇ ଫସେଇବି ବୋଲି କହିଥିଲା ତେଣୁ ସେ ମିଛରେ ଥାନାରେ ଏତଲା ଦେଇଚି ବୋଲି କହିଛନ୍ତି l ଏଥି ସହିତ ଆଗରୁ ମଧ୍ଯ ବଳରାମଙ୍କ ନାମରେ ବିଗତ ଦିନରେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା କଥା ମଧ୍ଯ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ହେଲେ ଆଗକୁ ପୋଲିସ ଏହାର ତଦନ୍ତ କରି କି ପଦକ୍ଷେପ ଗ୍ରହଣ କରିବ ତାହା ସମୟ କହିବ l

nis-ad
Leave A Reply

Your email address will not be published.