ମଟର ସାଇକେଲ ଓ ବଳଦ ଦୁର୍ଘଟଣା, ଦୁଇ ଗୁରୁତର ବଳଦ ମୃତ…

ଦାରିଙ୍ଗବାଡ଼ି,୩୧/୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସାଂଗୁଡ଼ମାହା ଗ୍ରାମର ରୂପୀଙ୍ଗିଆ ପ୍ରଧାନଙ୍କ ପୁଅ ବେଗୁଲୁ ପ୍ରଧାନ(୩୨) ଓ ସାମନବାଡ଼ି ଗ୍ରାମର କାଣ୍ଡେଶ୍ୱର ପ୍ରଧାନଙ୍କ ପୁଅ ପ୍ରଭାସ ପ୍ରଧାନ(୩୦) ଆଜି କୋୖଣସି ଏକ କାମରେ ଫୁଲବାଣୀ ଯାଇ ଫେରୁଥିଲେ । ଫେରିବା ସମୟରେ ସିମନବାଡ଼ି ଗ୍ରାମ ନିକଟରେ ଥିବା ମୁକ୍ତା ହୋଟେଲ ସମ୍ମୁଖରେ ଏକ ବଳଦ ସହିତ ଦୁର୍ଘଟଣା ଘଟିଥିଲା । ଫଳରେ ବେଗୁଲୁ ଓ ପ୍ରଭାସ ଗୁରୁତର ଆହତ ହୋଇଥିଲା ବେଳେ ଘଟଣା ସ୍ଥଳରେ ବଳଦର ମୃତ୍ୟୁ ହୋଇଥିଲା। ସିମନବାଡ଼ି ଗ୍ରାମର ଲୋକମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସକୁ ଡାକି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି ଗୁରୁତର ଅବସ୍ଥାରେ ଥିବାରୁ ଆବଶ୍ୟକ ହେଲେ ସ୍ଥାନନ୍ତର କରାଯିବ ବୋଲି ଡାକ୍ତର ସୂଚନା ରହିଛି ।

nis-ad
Leave A Reply

Your email address will not be published.