ସମ୍ପର୍କ, ଆସ୍ଥାଭାଜନ, ଧୋକା…! ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ହଡପ ଅଭିଯୋଗ…

ବ୍ରହ୍ମପୁର : ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ଠକି ନେବା ସହିତ ଜୀବନରେ ମାରିବାକୁ ଧମକ ଦେଇଥିବା ନେଇ ଚମଖଣ୍ଡି ଥାନାରେ ଅଭିଯୋଗ ହୋଇଛି।ସୂଚନା ଥାଉକି ଚମାଖଣ୍ଡିଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ନମିତା ମହାରଣାଙ୍କ ଘରେ  ଜୈନିକା ମହିଳା ଅବାଧ ପ୍ରବେଶ ସାଙ୍ଗକୁ ଟଙ୍କା ଠକି ନେଇଥିବା ନେଇ ଚମାଖଣ୍ଡି ଥାନାରେ ଅଭିଯୋଗ ହୋଇଛି । ଏନେଇ ରାଜ୍ ଇନ୍ ହୋଟେଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନମିତା ମହାରଣା । ବ୍ରହ୍ମପୁର ମେଡ଼ିକାଲ ବ୍ୟାଙ୍କ କଲୋନୀ ପ୍ରଥମ ଗଳି ନିବାସୀ  ପ୍ରଜ୍ଞା ପଣ୍ଡା ଓ ତାଙ୍କ ସ୍ୱାମୀ ଅମିୟ ପଣ୍ଡା ନିୟମିତ ଭାବେ ନମିତାଙ୍କ ଘରକୁ ଆସି ମିଥ୍ୟା ପ୍ରଲୋଭନ ଦେଖାଇ ୩ଲକ୍ଷ ୧୦ହଜାର ଟଙ୍କା ହରିଲୁଟ୍  କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଘର ଓ ପରିବାରବର୍ଗ ସହ ସୁସଂପର୍କ ସ୍ଥାପନ କରି ପାରାଦ୍ୱୀପ ଠାରେ ଏକ ବାଲି ବ୍ୟବସାୟୀରେ ଭାଗିଦାର କରିବା ପାଇଁ ପ୍ରଥମେ  ପ୍ରଜ୍ଞା ପଣ୍ଡା ୬ ଲକ୍ଷ ଟଙ୍କା ମାଗିଥିଲେ ।ସେ କହିବା ମୁତାବକ ପାରାଦ୍ୱୀପ ରେ ଥିବା ରାଜ ଏଜେନ୍ସ ଏକାଉଣ୍ଟ ନୁମ୍ବର ରେ ନମିତା ମହାରଣା ଙ୍କ ସ୍ୱାମୀ ପ୍ରଫୁଲ୍ଲ ମହାରଣା ଙ୍କ କୋଟାକ ମହେନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ରୁ  ପ୍ରଥମ କିସ୍ତିରେ ୨ ଲକ୍ଷ ୬୦ ହଜାର ଏବଂ ମୋବାଇଲ ଦ୍ଵାରା ଦୁତୀୟ କିସ୍ତରେ ୫୦ ହଜାର ଟଙ୍କା ଠକି ନେଇଥିବା ନମିତା ମହାରଣା କହିଛନ୍ତି । ଦୀର୍ଘ ଦିନ ହେଲା  ସେ ଟଙ୍କା ନ ଫେରାଇବାରୁ ନମିତା ବାରମ୍ବାର ତାଙ୍କୁ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଏନେଇ ଗତ ୨୭ ତାରିଖରେ ନିମଖଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ନମିତା ମହାରଣା ଓ ତାଙ୍କ ଭାଇ ପ୍ରଜ୍ଞା ପଣ୍ଡାଙ୍କ ଘରକୁ ଯାଇ   ଠକି ନେଇଥିବା ଅର୍ଥ ରାଶି ପୈଠ କରିବା ପାଇଁ ବାଧ୍ୟ କରିବାରୁ ପ୍ରଜ୍ଞା ଉତ୍ୟେକ୍ତ ହୋଇ ତାଙ୍କ ମୁଣ୍ଡରେ ମାଉଜର ଲଗାଇ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ ।

ଏନେଇ ନମିତା ବୈଦ୍ୟନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସାମ୍ବାଦିକ ସମିଳନୀ ରେ କହିଥିଲେ । ଚମାଖଣ୍ଡି ଥାନା ରେ  ଲିଖିତ ଅଭିଯୋଗ ହେବା ପରେ କେଶ ନୁମ୍ବର 31/22  ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।  ପ୍ରଜ୍ଞା ପଣ୍ଡା ବିଜୁ ଜନତା ଦଳର ଜଣେ ନାରୀ ନେତ୍ରୀ ଭାବେ ପରିଚିତ ସେ ଓକିଲ, ଏବଂ ଜଣେ କୌଣସି ଏକ ମହାରାଣୀ ନିୟୁସ ର ସମ୍ପାଦକ ର ପରିଚୟ  ଦେଇ ଏଭଳି ଠକାମୀ କରିବା ସହିତ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ପୋଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ସହିତ ମାମଲାର ସଠିକ୍ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି । ଏବଂ ତାଙ୍କେ ହରାଇଥିବା ଟଙ୍କା କିଭଳି ଫେରସ୍ତ ହେବ ସେ ସାମ୍ବାଦିକ ସମ୍ମିଳନୀରେ ଗୁହାରି କରିଛନ୍ତି ।  ଏହି ଅବସରରେ ନମିତା ମହାରଣା ସହିତ ତାଙ୍କ ଭାଇ ମାନେ  ମହେଶ ମୋହାରଣା,ଭଗବାନ ମୋହାରଣା,ତ୍ରିଲୋଚନ ମୋହାରଣା, ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.