ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳା ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ।ଏଣୁ ପ୍ରଥମେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର କର୍ମୀ ହତ୍ୟା କରୁଛି ହେଲେ ମୁଖ୍ୟମନ୍ତ୍ରୀ ଚୁପ।

ଅଭିଯୁକ୍ତ ପୁଲିସ ଅଧିକାରୀ ମୁଣ୍ଡ ଖରାପ ଥିଲା ବୋଲି କୁହା ଗଲାଣି। ଆଉ କେହି ତାଙ୍କର ଫାଇଦା ନେବା ପାଇଁ ହତ୍ୟା କରିନାହିଁ ତ ଏଭଳି ପ୍ରଶ୍ନ ଏବେ ଉଠୁଛି। ୪୮ ଘଣ୍ଟା ପରେ ଵି ପୁଲିସ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଖୋଜି ପାରିନି। ପୁଲିସ ଡିଜି ଚୁପ , ମୁଖ୍ୟମନ୍ତ୍ରୀ ଚୁପ। କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇ ମାମଲାକୁ ଚାପି ଦେନବାକୁ ଉଦ୍ୟମ କରାଯାଉଛି। ପରୀ ହତ୍ୟାକାଣ୍ଡ ମାମଲାକୁ ଚାପିବାକୁ ଚେଷ୍ଠା କରିଥିବା ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ଼ ରାଜନୈତିକ ପତିଆରା ଥିବା ବ୍ୟକ୍ତି ଥିଲେ।ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି।

ଏଣେ ସରକାରଙ୍କୁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ କେବେ ଚିକିତ୍ସିତ ହେଉଥିଲା, ଗୃହ ବିଭାଗକୁ ଜଣାଇଥିଲା ନା ନାହିଁ? ସୁରକ୍ଷା ଦାୟିତ୍ୱରେ ଥିବା ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ସେଠାରେ କିଏ ନିଯୁକ୍ତି ଦେଇଥିଲା? ମାନସିକ ବିକୃତ ଥିବା ପୁଲିସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଠିକ ହେଲେ ବୋଲି ସାର୍ଟିଫିକେଟ ଦେଇଥିଲେ ନା ନାହିଁ?  ଅଭିଯୁକ୍ତ ପୁଲିସକୁ ସାଧାରଣ ଲୋକ କାବୁ କରିବା ବେଳେ ସେଠାରେ ଉପସ୍ଥିତ ପୁଲିସ କଣ କରୁଥିଲେ? ଗୋପାଳ ଦାସଙ୍କ ସେଠାରେ କଣ କାର୍ଯ୍ୟ ଥିଲା, କିଏ ତାଙ୍କୁ ସେଠାରେ ଡ୍ୟୁଟିରେ ରଖିଥିଲା?

nis-ad
Leave A Reply

Your email address will not be published.