ନବ ଦାସଙ୍କ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନ ମାନର ରାଜନୀତି କରୁଛି: ବିଜେଡି

 ସ୍ୱଚ୍ଛତା ରକ୍ଷା ଲାଗି ଜଣେ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି ।
 ଭାରତୀୟ ନ୍ୟାୟପାଳିକାର ନିରପେକ୍ଷେତା ଉପରେ ରାଜ୍ୟ ବିଜେପିର ଭରସା ନାହିଁ କି?

ଭୁବନେଶ୍ୱର, : ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏହା ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ମର୍ମାହତ କରିଛି । ମାତ୍ର ଏଭଳି ଏକ ସ୍ପର୍ଶକାତର ଘଟଣାରେ ଚିରାଚରିତ ଭାବେ ଭାରତୀୟ ଜନତା ପାର୍ଟି ନିମ୍ନ ମାନର ରାଜନୀତି କରିବା ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।
ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନାର ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରି ନବ ବାବୁଙ୍କ ହତ୍ୟା ଉପରେ ରାଜନୀତି କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି, ତାହା ନିନ୍ଦନୀୟ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି । ଶ୍ରୀ ଅରୁଣ ବୋଥ୍ରା ରାଜ୍ୟ କ୍ରାଇମବ୍ରାଞ୍ଚର ମୁଖ୍ୟ ହୋଇଥିବା ବେଳେ ପୂର୍ବରୁ ସେ ସିବିଆଇରେ ମଧ୍ୟ ଦୀର୍ଘ ବର୍ଷ ଧରି ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି ।
ଏହା ବ୍ୟତୀତ ଏହି ସ୍ପର୍ଶକାତର ମାମଲାର ତଦନ୍ତରେ ସ୍ୱଚ୍ଛତା ରକ୍ଷା ଲାଗି ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ରାଜ୍ୟ ସରକାର ନିଜ ଆଡ଼ୁ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି । ମାତ୍ର ଏହାକୁ ଗ୍ରହଣ ନ କରି ରାଜ୍ୟ ବିଜେପି ମାନ୍ୟବର ହାଇକୋର୍ଟଙ୍କ ନିରପେକ୍ଷତାକୁ ପ୍ରଶ୍ନ କରୁଛି କି?
ଭାରତର ନ୍ୟାୟପାଳିକା ନିଜର ନିରପେକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ । ତେଣୁ ରାଜ୍ୟ ବିଜେପି ନ୍ୟାୟପାଳିକା ଉପରେ ଭରସା ରଖୁ । ଯେହେତୁ ନ୍ୟାୟପାଳିକାର ତଦାରଖରେ ଏହି ମାମଲାର ତଦନ୍ତ ହେବାକୁ ଯାଉଛି, ତେଣୁ ଏହା ଉପରେ ରାଜନୀତି କରିବାରୁ ରାଜ୍ୟ ବିଜେପି କ୍ଷାନ୍ତ ରହୁ ।

nis-ad
Leave A Reply

Your email address will not be published.