ଶୁଣ୍ଢିଗାଁ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଶୁଣ୍ଢିଗାଁ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଭୂଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର ଯୋଗଦେଇ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡିସେମ୍ବର ୧୯,୨୦ ତାରିଖ ହୋଇ ଥିବା ଶହେ ମିଟର ଦୈଡ, ସଟ୍ ଫୁଟ, ଚିତ୍ର ଙ୍କନ,ପୁଚି,ଗୁଇନ୍ ଭଳି ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଜୁନିଅର, ସିନିଅର ୧୨୦ ଛାତ୍ର ଛାତ୍ରୀ ଭାଗ ନେଇ ଥିବା ବେଳେ ଆଜି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସ୍କୁଲ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ମହାକୁଡ଼ ଙ୍କ ନେତୃତ୍ବରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ କମିଟି ସଭାପତି ବିଦ୍ୟାଧର କହଁର,ମୋ ସ୍କୁଲ କମିଟି ସଭାପତି ବାମି କହଁର, ଉପସ୍ଥିତ ଥିବା ବେଳେ ଏହି ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଆରତ କର୍ଣ୍ଣ, ଓମ୍ ପ୍ରକାଶ ଦାସ, ପଦ୍ମ ଚରଣ ମିଶ୍ର, ଶିକ୍ଷୟିତ୍ରୀ ଏମ୍ ତେଜସ୍ବିନୀ ,ବିଜୟ ଲକ୍ଷ୍ମୀ ମାଝି, ସୁନିତା ସାହୁ, ଅମ୍ବିକା କହଁର ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ଙ୍କୁ ବିଜେତା ଓ ଉପ ବିଜେତାଙ୍କୁ ଆସିଥିବା ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.