ଫୁଲବାଣୀ ପ୍ରେସକ୍ଲବ ଠାରେ ପାଳିତ ହେଲା ୭୪ତମ ସାଧାରଣ ତନ୍ତ୍ର ଦିବସ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାପ୍ରେସ କ୍ଲବ ଫୁଲବାଣୀ ଠାରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତକା ଉତ୍ତୋଳନ କରିବା ସହ ସମଗ୍ର ଦେଶର ସଙ୍ଗ୍ରାମୀ ମାନଙ୍କ ସମେତ କନ୍ଧମାଳ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ମାନ ଙ୍କ ବିଷୟରେ ତାଙ୍କର ଗୁଣ ଗାରିମା ଓ ଆଦର୍ଶକୁ ସମ୍ୟକ ଆଲୋଚନା କରିଥିଲେ l ପରେ ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କ ସହ ପ୍ରେସ କ୍ଲବ ତରଫରୁ ପ୍ରେସ କ୍ଲବ ସଭାପତି ଓ ସମ୍ପାଦକଙ୍କ ସମେତ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ବୃଦ୍ଧାଶ୍ରମ ଠାରେ ରୁଟି, ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା ଏହି ଉଭୟ କାର୍ଯ୍ୟକ୍ରମରେ ଫୁଲବାଣୀ ପ୍ରେସ କ୍ଲବର ସମ୍ପାଦକ ପ୍ରଶାନ୍ତ ବେହେରା, ଅଜିତ ମହାରଣା, ସୁନୀଲ କୁମାର ବିଶ୍ବାଳ, ସୁବାଷ ପ୍ରଧାନ,କାହ୍ନୁ ଶତପଥୀ, ଅଶୋକ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ରଞ୍ଜନ ଦାଶ,ରମେଶ ପ୍ରଧାନ, , ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ବେହେରା,ଶିବ ନାୟକ,ଅଶୋକ ମିଶ୍ର, ଶିବ ରାମ ନାୟକଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.