ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣାଇ ଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି l ସେହିଦିନ ଠାରୁ ଆମେ ସମସ୍ତେ ଭରତବାସୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛେ l ସମ୍ବିଧାନ ପ୍ରଣୟନ ସଭାର ଅଧକ୍ଷ ଡ଼. ଭୀମରାଓ ଆମ୍ବେଦକର ଓ ଅନ୍ୟ ସମ୍ବିଧାନ ପ୍ରଣୟନଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ | ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେକୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ l ଦେଶର ଏକତା ଓ ଅଖଣ୍ଡତାର ବଜାୟ ରଖିବା ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି l ଭାରତର ପ୍ରତ୍ୟେକ ନାଗରିକ ଆଇନ ଆଖିରେ ସମାନ ଅଟନ୍ତି l ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଦୃଷ୍ଟିରୁ ଆମେ ସମସ୍ତେ ସମାନ କେହି ବଡ ନୁହନ୍ତି କିମ୍ବା ଛୋଟ ନୁହନ୍ତି, ଆମ ସମସ୍ତଙ୍କୁ ମୌଳିକ ଅଧିକାର ସୁବିଧା ପ୍ରଦାନ କରାଯାଇଛି | ଆମେ ସମସ୍ତେ ସଚେତନତା ହେବା ଆବଶ୍ୟକ ଓ ନିଜ ନିଜ ମୌଳିକ ଅଧିକାରକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଆମ ଜାତି ଓ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ସଚେତନତା ରହିବ ତେବେ ଆମ ଦେଶ ନିଶ୍ଚିତ ଦ୍ରୁତ ବିକାଶ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ | ଆସନ୍ତୁ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସଦଭାବନା ବଜାୟ ରଖିବା ଏବଂ ଆମ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ଏବଂ ସମସ୍ତଙ୍କ ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ |

ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ,(ଭା.ପ୍ର.ସେ.), ଉପ-ଜିଲ୍ଲାପାଳ-ତଥା-ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ କୁଲକର୍ଣୀ (ଭା.ପ୍ର.ସେ.), ବ୍ରହ୍ମପୁର, ଡ଼ଃ ଶ୍ରବଣ ବିବେକ ଏମ (ଭା.ପୋ.ସେ.), ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ,ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ | 

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଶାରୀରିକ କ୍ରୀଡା ପ୍ରତିଯୋଗୀତା କନିଷ୍ଠ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନ୍ୟୁ ଡି ପାଉଲ୍ ସ୍କୁଲ, ଦ୍ୱିତୀୟ ରେ କେ ସି ପବ୍ଲିକ ସ୍କୁଲ ସେହିପରି ବରିଷ୍ଠ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡି ପାଉଲ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଛନ୍ତି ସେଣ୍ଟ ଜାଭିୟର୍ସ ହାଇସ୍କୁଲ ମିନାକ୍ଷୀ ନଗର l ବିଭିନ୍ନ ବୁଥ ର ଉତ୍ତମ ବି ଏଲ ଓ ଓ ବି ଏଲ ଓ ସୁପର ଭାଇଜର ଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଆଜି ପ୍ୟାରେଡ ରେ ମୋଟ ୩୪ଗୋଟି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ ଶ୍ରୀ ଦିଲ୍ଲୀପ କୁମାର ବେହେରା ଆର୍.ଆଇ. ଅଫ୍ ପୋଲିସ୍,ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିବାବେଳେ ଶ୍ରୀ ରଜନୀକାନ୍ତ ଚୌଧୁରୀ ଡି ଏସ ଆଇ 2nd କମାଣ୍ଡର ଭାବେ ସହଯୋଗ କରିଥିଲେ | ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରେ ଭାଗ ନେଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛତ୍ରୀମାନଙ୍କୁ ମଧ୍ୟ ପ୍ରଥମ ଓ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିବାବେଳେ ତାଙ୍କ ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ , ରାମ ଚନ୍ଦ୍ର ଆଚାରୀ, ରବୀନ୍ଦ୍ର ସାହୁ, ମମତା ମହାନ୍ତି ସହଯୋଗ କରିଥିଲେ | ମୂଖ୍ୟ ଅତିଥିଙ୍କ ଖଲିକୋଟ ଷ୍ଟାଡିୟମ ର କାର୍ଯ୍ୟକ୍ରମ ସମାପ୍ତ ପରେ ଦୃଷ୍ଟିହୀନ ବିଦ୍ୟାଳୟ ଆମ୍ବପୁଆ ଓ ହେଲେନ କେଲେନ୍ ବଧିର ବିଦ୍ୟାଳୟ ରେ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ l

nis-ad
Leave A Reply

Your email address will not be published.