ସୋନପୁର ଡିଏନକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଆ ସରସ୍ବତୀଙ୍କ ପୂଜା…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କୁଡ଼ାବେଡ଼ା ପଞ୍ଚାୟତର ସୋନପୁର ଡିଏନକେ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଜ୍ଞାନର ଦେବୀ ମା ସ୍ୱରସ୍ୱତୀଙ୍କ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେଲା l ଓଁ ସ୍ୱରସ୍ୱତୀ ମହାଭାଗେ ବିଦ୍ୟୋ କମଳଲୋଚନେ l ବିଶ୍ଵରୂପେ ବିଷାଲାକ୍ଷୀ ବିଦ୍ୟାଂ ଦେହି ନମଃସ୍ତୁତେ l ଏହି ମନ୍ତ୍ର ଉଚ୍ଚାରଣ କରି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷିକା ଓ ଗ୍ରାମର ପ୍ରମୁଖ ମହିଳା ମାନେ ଯୋଗଦାନ କରି ଭକ୍ତି ଯୋଗରେ ସରସ୍ୱତୀ ପୂଜାଟି ସାଫଲ୍ୟ ମଣ୍ଡିତ କଲେ l ସ୍କୁଲରେ 96 ଜଣ ଛାତ୍ର ଛାତ୍ରୀ ଓ ହେଡମାଷ୍ଟର ଶ୍ରୀ ରଞ୍ଜିତ କୁମାର ମଣ୍ଡଳ, ସହ ଶିକ୍ଷକ ଶ୍ରୀ ଦେବସିଂ ଧ୍ରୁ ଓ ଶିକ୍ଷିକା କୁମାରୀ ସଂଯୁକ୍ତା ଧଳ ଉପସ୍ଥିତ ଥାଇ ଆଜିର ଏହି ପୂଜାଟି ସୁରୁଖୁରୁରେ ସମାପନ କଲେ l

nis-ad
Leave A Reply

Your email address will not be published.