ବୈଠକ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ ହେବାରୁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ । ଆଜି ଦିଶା ବୈଠକ ସଠିକ ସମୟରେ ଆରମ୍ଭ ନ ହେବା ସହ ଜିଲ୍ଲାପାଳ ବିଳମ୍ବରେ ଆସିବାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର PDଙ୍କ ଉପରେ ରାଗିଥିଲେ ସଂଗୀତା କୁମାରୀ । ଜିଲ୍ଲା ପ୍ରଶାସନ ମନ ଇଚ୍ଛା କାମ କରୁଥିବା ଅଭିଯୋଗ କରିଛନ୍ତି ସଂଗୀତା । କିଛି ଦିନ ହେବ ବଲାଙ୍ଗିର ଜିଲ୍ଲାରେ ପ୍ରଶାସନ ଅଧିକାରୀ ଓ ଲୋକ ପ୍ରତିନିଧି ମୁହାଁମୁହିଁ ହେଉଛନ୍ତି ।

ପ୍ରଥମରେ ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ, ପରେ ବିଜେପି ନେତା କନକବର୍ଦ୍ଧନ ଓ ବେଲପଡା ବିଡିଓ ମୁହାଁମୁହିଁ ହୋଇଥିଲେ । ଆଜି ସାଂସଦ ସଂଗୀତା ସିଂଦେଓ ଓ DRDAର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ମୁହାଁମୁହିଁ ହୋଇଛନ୍ତି ।

nis-ad
Leave A Reply

Your email address will not be published.