ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲା ଦେଶର ସର୍ବଶ୍ରେଷ୍ଠ ଥାନା ଆସ୍କା ଥାନା…

ଭଞ୍ଜନଗର: ଆସ୍କା ଥାନା ଦେଶର ସର୍ବଶ୍ରେଷ୍ଠ ଥାନା । ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ଆସ୍କା ଥାନା ଆଇଆଇସି । ପୁରସ୍କାର ଗ୍ରହଣ କଲେ ଆସ୍କା ଥାନା ଆଇଆଇସି ପ୍ରଶାନ୍ତ ସାହୁ । ଭାରତର ସର୍ବଶ୍ରେଷ୍ଠ ଥାନା ଭାବେ ଆସ୍କା ପାଇଲା ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ ଡିଜିପି ସମ୍ମିଳନୀରେ ଆସ୍କା ଥାନାକୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

୧୯୩୬ ପରଠାରୁ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ପୋଲିସ୍‌ ଷ୍ଟେସନ ଭାରତରେ ଶ୍ରେଷ୍ଠ ବିବେଚିତ ହୋଇଛି । ବୃତ୍ତିଗତ ପାରଦର୍ଶିତା , ସ୍ୱଚ୍ଛତା , ନିଷ୍ଠାପରତା , ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଏବଂ ଅପରାଧୀଙ୍କ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଭଳି ୧୬୫ ଟି ମାନଦଣ୍ଡ ଆଧାରରେ ସର୍ବେକ୍ଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.