ଦୀର୍ଘ ୫ଦିନ ଧରି ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ବ୍ରାହ୍ମଣୀଗାଁ ଅଞ୍ଚଳର ୧୬ ହଜାର ଲୋକ

ଦାରିଙ୍ଗବାଡ଼ି, ତା ୧୭/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଦୁଃଖ ସାଜିଛି ରହିଥିବା ଏକ ମାତ୍ର ବିଏସଏନଏଲ ନେଟ ୱର୍କ ସେବା। ଏଠାରେ ବିକଳ୍ପ ଭାବେ ଅନ୍ୟ କୌଣସି ନେଟୱାର୍କ ସେବା ନାହିଁ। ଆଜ ଯାଏ ବିଭାଗ ପକ୍ଷରୁ ବିଏସଏନଏଲ ଫୋର ଜି ସେବା ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ହେଲେ ଦୀର୍ଘ ୫ଦିନ ଧରି ଏହି ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ୮ ଗୋଟି ଗ୍ରାମ ପଞ୍ଚାୟତର ସର୍ବନିମ୍ନ ୧୬ହଜାର ଜନ ସାଧାରଣ। ବ୍ରାହ୍ମଣୀଗାଁ ଦାରିଙ୍ଗବାଡି ବ୍ଲକ ମହୁକୁମାର ଦ୍ଵିତୀୟ ବୃହତ୍ତମ ବଜାର। ବ୍ରାହ୍ମଣୀଗାଁ ବଜାର ଉପରେ ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା ଗଦାପୁର, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ ଓ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ବାସୀ ନିର୍ଭର କରି ଆସୁଛନ୍ତି। ବ୍ରାହ୍ମଣୀଗାଁରେ ଥାନା, ଡାକ୍ତର ଖାନା, ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ, ଉପ ଡାକଘର, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର,ବନାଞ୍ଚଳ କାର୍ଯ୍ୟାଳୟ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ ରହିଛି। ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ସହିତ ବଜାରି କରଣର ସୁବିଧା ଥିବାରୁ ପଡୋଶୀ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା, କଟାମା ଓ ଗର୍ଡମା ଗ୍ରାମ ପଞ୍ଚାୟତ ବାସୀ ସମେତ ରାୟଗଡା ଜିଲା ଚନ୍ଦରପୁର ବ୍ଲକ ଅଧିନସ୍ତ କିଛି ପଞ୍ଚାୟତ ବାସୀ ଓ ସୀମାନ୍ତ ବର୍ତ୍ତି ଗଞ୍ଜାମ ଜିଲା ସୋରଡା ବ୍ଲକ ଅଧୀନସ୍ତ ସାଲିମା ଗୋଛା ଗ୍ରାମ ପଞ୍ଚାୟତ ବାସୀ ମୁଖ୍ୟତଃ ଶିକ୍ଷା, ସ୍ୱସ୍ଥ୍ୟ, ବ୍ୟାଙ୍କ ଓ ଜନସେବା କେନ୍ଦ ଉପରେ ନିର୍ଭର କରି ଆସୁଛନ୍ତି। ହେଲ ଦୀର୍ଘ ୫ଦିନ ଧରି ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ବ୍ରାହ୍ମଣୀଗାଁ ଅଞ୍ଚଳର ସର୍ଵ ନିମ୍ନ ୧୬ ହଜାର ଜନ ସାଧାରଣ। ପ୍ରକାଶ ଥାଉକି ଆଜ ଯାଏ ବ୍ରାହ୍ମଣୀଗାଁରେ ବିଏସଏନଏଲ ଫୋରଜି ସେବା ଉପଲବ୍ଧହୋଇ ନାହିଁ। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ବହୁବାର ଜିଲା ପାଳଙ୍କ ଅଭିଯୋଗ ଶୁଣାଣିରେ ଅନ୍ୟ ଏକ ନେଟ ୱାର୍କ ସେବା ଯୋଗାଇ ଦେବାକୁ ଅଭିଯୋଗ କରିବା ସହିତ ଜିଲା ପ୍ରଶାସନ ଓ ରାଜ ନେତାଙ୍କ ଦୃଷ୍ଟି ଆକର୍ଷ କରି ଆସୁଥିଲେ ସୁଧା କୌଣସି ସୁଫଳ ପାଇ ନଥିବା ଅଞ୍ଚଳ ବାସୀ ଦାବୀ କରି ଆସୁଛନ୍ତି। ଅନ୍ତତଃ ଥିବା ବି ଏସ ଏନ ଏଲ ସେବା ଠିକ ଭାବେ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପାଖରେ ଅଞ୍ଚଳ ବାସୀ ଦାବି କରୁଛନ୍ତି। ଏପାଖରେ ରାଜ ନେତାମାନେ ଅତିଶୀଘ୍ର ଗାଁ ଗାଁରେ ବିଏସଏନଏଲ ସେବା ଓ ଜିଓ ସେବା ଜଗାଇ ଦିଆଯିବ ବୋଲି ବିଭିନ୍ନ ସଭା ସମିତି ଭାଷଣରେ ପ୍ରତି ସୃତି ଦେଇ ଚାଲିଛନ୍ତି ସତ ହେଲେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ନେଟୱାର୍କ ସମସ୍ୟା ଯଥା ପୂର୍ଵମ ତଥା ପରମ ସଦୃଶ ଲାଗି ରହିଛି।

nis-ad
Leave A Reply

Your email address will not be published.