ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳର ଅପୂର୍ବା ଆର୍ଯ୍ୟାଙ୍କ ସ୍ଵର୍ଣ୍ଣ ପଦକ ହାସଲ…

ଫୁଲବାଣୀ : ଚଳିତ ମାସ ଜାନୁଆରୀ ୧୪ ଓ ୧୫ ତାରିଖରେ ରାଣୀସତୀ ଭବନ ହଲଠାରେ ଓଡିଶା ଟାଇକୋଣ୍ଡ ଆସୋସିଏଶନ ଓ ପୁରୀ ଟାଇକୋଣ୍ଡ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୩୪ ତମ ସିନିଅର କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଓ ୩୫ ତମ କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତି ଯୋଗିତାରେ ରାଜ୍ୟ ର ୨୦ ଟି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ଵ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ସିନିଅର ବିଭାଗରେ ଅମିତ କୁମାର ସାହୁ କିରୋଗୀ ଓ ପୁମସି ରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି l ସେହିପରି ଜୁନିଅର ବିଭାଗ ରେ ସୁଗ୍ୟାନଜିତ ପଟ୍ଟନାୟକ,ଦୀପକ ବୁରୁ୍ୟୁଲି କିରୋଗୀ ଓ ପୁମସି ବିଭାଗରେ ଭାଗ ନେଇ କାଂସ୍ୟ ପଦକ ପାଇଛନ୍ତି l ସେହିପରି ଜୁନିଅର ବାଳିକା ବିଭାଗ ରେ ଅନ୍ଵେଷା ପାଣିଗ୍ରାହୀ କିରୋଗୀ ଓ ପୁମସିରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ଜୁନିଅର ବିଭାଗର ଅପୂର୍ବା ଆର୍ଯ୍ୟା ପୁମସି ଓ କିରୋଗୀ ରେ ରୋପ୍ୟ ଓ ସ୍ଵର୍ଣ ପଦକ ହାସଲ କରିଛନ୍ତି l ଆଗାମୀ ଦିନରେ ଉତ୍ତର ପ୍ରଦେଶ ରାଜ୍ୟର ବରେଲି ଠାରେ ହେବାକୁ ଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଅପୂର୍ବା ଆର୍ଯ୍ୟା ମନୋନୀତ ହୋଇଛନ୍ତି l ସେଥିପାଇଁ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଂଘର ସଭାପତି ପ୍ରତାପ କୁମାର ମୁଖୀ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିବା ବେଳେ ଏ ନେଇ ଜିଲ୍ଲାର ଟାଇକୋଣ୍ଡ କୋଚ ରମାକାନ୍ତ ବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ବହୁତ ଖୁସି ବ୍ୟକ୍ତ କରିଛନ୍ତି l ଶେଷରେ
ଜିଲ୍ଲା ଟାଇକୋଣ୍ଡ ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ପିଲାମାନଙ୍କର ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି l ସ୍ଵର୍ଣ୍ଣ ପଦକ ହାସଲ ପରେ ସମଗ୍ର କନ୍ଧମାଳ ଜିଲ୍ଲାରୁ ଟାଇକୋଣ୍ଡ ସଂଘର ସମ୍ପାଦକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି l

nis-ad
Leave A Reply

Your email address will not be published.