ପଞ୍ଚାୟତ ପରିସରରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରି…


ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ କାର୍ଯ୍ୟାଳୟ ସହ ଏକ ଲୁଗା ଦୋକାନ ଓ ଜନସେବା କେନ୍ଦ୍ର ରୁ ଗୋଟିଏ ରାତି ରେ ଲକ୍ଷାଧିକ ଟଙ୍କା ଲୁଗା , କମ୍ପ୍ୟୁଟର ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ରାତିରେ ଦୃବୃତ୍ତ ପାଙ୍ଗା ଉପର ସାହି ପଞ୍ଚାୟତ ର ତାଲା ଭାଙ୍ଗିବା ସହ ଭିତରେ ପଶି କାଗଜପତ୍ର ଫିଙ୍ଗା ଫୋପଡ଼ା କରିଥିଲେ । ପଞ୍ଚାୟତ ସମ୍ମୁଖ ରେ ଥିବା ବଜାର ଗୃହ ରେ ଲୁଗା ଦୋକାନ ରୁ ଲୁଗା ପଟା ସହ ବିଭିନ୍ନ ଜିନିଷ ଆନୁମାନିକ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ର ଜିନିଷ ଚୋରି କରି ନେଇଛନ୍ତି । ସେହି ପରି ପାଖ ଦୋକାନ ଜନସେବା କେନ୍ଦ୍ର ରୁ କମ୍ପୁଟର ଲାପଟପ୍ ଓ ଲକ୍ଷାଧିକ ଟଙ୍କା ର ଜିନିଷ ଚୋରି ହୋଇଛି । ଏହି ବିଷୟରେ ସୂଚନା ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.