ଲାଲ ବାହାଦୁର ଶାସ୍ତ୍ରୀ ଯୁବ ଏବଂ କ୍ରୀଡ଼ା କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…


ଚିତ୍ରକୋଣ୍ଡା:-(୧୭/୦୧) ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ କୁମାର ଅଗ୍ରୱାଲ, ବରିଷ୍ଠ ଖେଳାଳି ସନାତନ ବେହେରା,କାର୍ତ୍ତିକ ଗୌଡ଼ ଯୋଗଦେଇଥିବା ସହ ରେଫରୀ ଭାବରେ ଶ୍ରୀ ପଙ୍କଜ ସ୍ୱାଇଁ ଙ୍କ ସମେତ ଆୟୋଜକ ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ର ସଦସ୍ୟ , ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଏବଂ ଟେମ୍ପରାରି କଲୋନୀର ଯୁବ ଖେଳାଳି ମାନଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ୟାଙ୍କ ଲାଇନ ସ୍ଥିତ ଛକ ଠାରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇ ଯାଇଛି l ଭଲିବଲ ଟୁନାମେଣ୍ଟ ଆରମ୍ଭ ଦିନରେ ଦୁଇଟି ଭଲିବଲ ଟିମ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଟିମ ସହ ଟେମ୍ପରାରି କଲୋନୀ ଭଲିବଲ ଟିମ ର ଖେଳାଳି ମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା ହୋଇଥିଲା l ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନରେ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଭଲିବଲ ଟିମ ବିଜୟୀ ହୋଇଥିଲେ l ଏଭଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୬ଗୋଟି ଭଲିବଲ ଟିମ କୁ ନେଇ ଆଜି ଠାରୁ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ । ତଥା ଜାନୁୟାରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଭଲି ଖେଳରେ ଉତ୍ତୀର୍ଣ ହୋଇଥିବା ଚମ୍ପିୟାନ ଟିମ ଓ ରନର୍ସ ଟିମ କୁ ପୁରସ୍କୃତ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ତରଫରୁ ସୂଚନା ମିଳିଛି l ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ଖେଳାଳି ମାନଙ୍କ ଆଗ୍ରହକୁ ଦେଖି କିଭଳି ଅଧିକରୁ ଅଧିକ କ୍ରୀଡ଼ା କ୍ଷେତ୍ରରେ ବିକଶିତ ହୋଇ ପାରିବ କ୍ରିକେଟ ଫିଲଡ ର ଜରୁରୀ ଆବଶ୍ୟକତା ପୂରଣ କରାଯିବ ବୋଲି ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ପ୍ରତିଶୃତି ଦେଇଛନ୍ତି l ଉକ୍ତ ଉଦଘାଟନି କାର୍ଯ୍ୟକ୍ରମକୁ ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ର ସଭାପତି ନାରାୟଣ ଦାଶ,ଉପଦେଷ୍ଟା ଗଣେଶ ଖରା, ସଦସ୍ୟ ଗୁରୁ ତନ୍ତୀ, ଶ୍ରୀକାନ୍ତ କଣ୍ଡାଗିରି,ପପି କଣ୍ଡାଗିରି, ବୁଲୁ ନାଗ,ତ୍ରିନାଥ ଖରା ଓ ଦୀପକ କୁଶପାରିଆ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.