ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ, ୩ ଗିରଫ…

ଭୁବନେଶ୍ୱର: ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ । ପାତ୍ରପଡ଼ା ଭଗବାନପୁରରୁ ହାଇଜାକ୍‌ କରି ସମ୍ବଲପୁର ନେଇଯାଉଥିଲେ ଦୁର୍ବୃତ୍ତ । ଟ୍ରକ୍‌ରେ ଥିଲା ୫୬ ଲକ୍ଷ ଟଙ୍କାର ମଦ । ମଦ ଟ୍ରକ୍‌ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମାମଲାର ମାଷ୍ଟରମାଇଣ୍ଡ ସୋନୁ ଜେନା ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ସୋନୁ ଜେନା ଅନୁଗୁଳର ମଦ ମାଫିଆ । ତା ନାମରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ଲୁଟେରା ଗ୍ୟାଙ୍ଗ୍‌ ନକଲି କାଗଜପତ୍ର ଦେଇ ଟ୍ରକ୍‌କୁ ହାଇଜାକ୍‌ କରିଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଧିକ ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.