ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅବସରରେ ନଟରାଜ କଳା ମନ୍ଦିର ଦ୍ଵାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l ଜିଲ୍ଲାର ୧୨ ଟି ବ୍ଲକରୁ ଆସିଥିବା ଖେଳାଳି ମାନଙ୍କ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ କରୋନେସନ ପଡିଆ ଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ।ଏଥିରେ ସହର ର ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଓଡିଶୀ, ସମ୍ବଲପୁରୀ, ଆଦିବାସୀ ଓ ଆଧୁନିକ ନୃତ୍ୟ ସହ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ରଜତ କୁମାର ମହାନ୍ତି, ରଞ୍ଜିତ କୁମାର ମୁଖୀ, ସୁଖ ରଞ୍ଜନ ସାହାଣୀ, ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ଅଶୋକ କୁମାର ମହାନ୍ତି ଓ ଦେବାଶିଷ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ।

nis-ad
Leave A Reply

Your email address will not be published.